Below header

ଫାଇଭ୍‌ ଟି ଅଧୀନରେ ଆଉ ୧୫୮ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ବଦଳୁଛି ସରକାରୀ ସ୍କୁଲର ଚେହେରା । ଆଜି ଫାଇଭ୍‌ ଟି ଅଧୀନରେ ଆଉ ୧୫୮ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ଟି ଜିଲ୍ଲାର ରୂପାନ୍ତରିତ ହାଇସ୍କୁଲକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଅଛି କଳାହାଣ୍ଡି ଜିଲ୍ଲାର ୨୯, ମାଲକାନଗିରିର ୬, ଝାରସୁଗୁଡ଼ାର ୨୫, ଖୋର୍ଦ୍ଧାର ୩୮ ଓ ମୟୂରଭଞ୍ଜ ଜିଲ୍ଲାର ୬୦ଟି ରୂପାନ୍ତରିତ ହାଇସ୍କୁଲ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ସ୍କୁଲମାନଙ୍କ ଭିତରେ ଥିବା ତଫାତକପ ଦୂର କରି ପାରିଛି । ଗାଁ ସ୍କୁଲରେ ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ସ୍ୱପ୍ନ ଦେଖିବା ସହ ସବୁ ଚ୍ୟାଲେଞ୍ଜକପ ସାମନା କରିବାକୁ ଆତ୍ମବିଶ୍ୱାସ ସହ ଆଗକୁ ବଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ହିଁ ସ୍କୁଲ ରୂପାନ୍ତରର ଲକ୍ଷ୍ୟ । ଏଥିସହ ଫାଇଭ୍‌ ଟି ସମ୍ପର୍କରେ ଶିକ୍ଷକ ଓ ପିଲାମାନଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ୬୮୯ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.