ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ବିଜେଡିର ଶକ୍ତି ପ୍ରଦର୍ଶନ: ରସୁଲପୁରରେ ଯୁବଛାତ୍ର ନେତୃତ୍ୱ ସମ୍ମିଳନୀ

ଯାଜପୁର (କେନ୍ୟୁଜ): ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ଯାଜପୁରରେ ବିଜେଡିର ଶକ୍ତି ପ୍ରଦର୍ଶନ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁରଠାରେ ବିଜେଡିର ଯୁବଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବିଜେଡିର ସାଧାରଣ ସଂପାଦକ ତଥା ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡେଇ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ, କୋରେଇ ବିଧାୟକ ଅଶୋକ କୁମାର ବଳ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୁବଛାତ୍ର ନେତୃମଣ୍ଡଳୀଙ୍କୁ ଦିଗଦର୍ଶନ ଦେଇଥିଲେ ।

ଏଥିସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ନବୀନ ପଟ୍ଟନାୟକଙ୍କ ସୁଶାସନର ବାର୍ତା ଘରେ ଘରେ ପହଂଚାଇବାକୁ ଯୁବଛାତ୍ରମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସମ୍ମିଳନୀରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧିନ ରସୁଲପୁର ବ୍ଲକର ୯ଗୋଟି ପଂଚାୟତରୁ ହଜାର ହଜାର ସଂଖ୍ୟାରେ ଯୁବଛାତ୍ର ସାମିଲ ହୋଇଥିଲେ । ସମ୍ମିଳନୀରେ ଯୋଗଦେଇଥିବା ନେତୃମଣ୍ଡଳୀଙ୍କୁ ଯୁବଛାତ୍ର କର୍ମୀମାନେ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳ ଯାଏ ପାଛୋଟି ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.