କାଲିଠାରୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଜିଲ୍ଲା ଗସ୍ତ, କାଲି ଯିବେ ଗଜପତି ଜିଲ୍ଲା

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ଜିଲ୍ଲା ଗସ୍ତ । କାଲି ଗଜପତି ଜିଲ୍ଲା ଯିବେ । ଏଥିପାଇଁ ମଞ୍ଚରୁ ଆରମ୍ଭ କରି ହେଲିପ୍ୟାଡ ସବୁ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତାକାଲି ଦିନ ୧୧ଟାରେ ହେଲିକପ୍ଟର ଯୋଗେ ଯାଇ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ମୋହନା ବ୍ଲକ ହରଭଙ୍ଗି ଜଳଭଣ୍ଡାରରେ ନିର୍ମାଣ ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିପାଇଁ ୭ଶହ ୯୬ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ସେହିପରି ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ୮୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୫ଟି ପ୍ରକଳ୍ପ ଓ ମୋହନା ନିର୍ବାଚନମଣ୍ଡଳୀରେ ୧୪ଶହ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨୧ଟି ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.