ଆସନ୍ତା ବର୍ଷରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଅଲିମ୍ପିକ ମ୍ୟାଚ,ଟ୍ଵିନ ସିଟିରେ ସମସ୍ତ ମ୍ୟାଚ ଖେଳାଯିବ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ବର୍ଷରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଅଲିମ୍ପିକ ମ୍ୟାଚ। ରାଜ୍ୟ ଅଲିମ୍ପିକ ସଂଘ ବାର୍ଷିକ ସାଧାରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାସହ ୨୦୨୧-୨୨ ବର୍ଷ ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଉଭୟ ରାଜ୍ୟ ଅଲିମ୍ପିକ ସଙ୍ଘ ଓ ରାଜ୍ୟ କ୍ରୀଡା ବିଭାଗର ମିଳିତ ସହଯୋଗରେ ଟ୍ଵିନ ସିଟିରେ ସମସ୍ତ ମ୍ୟାଚ ଖେଳାଯିବ।

ଗଠନ ହୋଇଛି ଏକ ପରିଚାଳନା ଟିମ୍‌ । ସେପଟେ ରାଜ୍ୟ ଆଥଲେଟିକ ସଂଘ ବାର୍ଷିକ ସାଧରଣ ପରିଷଦ ବୈଠକରେ ତୃଣମୂଳ ସ୍ତରରୁ ଖେଳାଳି ଚୟନ ଓ ସେମାନଙ୍କ ଖେଳରେ କିପରି ବିକାଶ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଆଥଲେଟିକ କ୍ରୀଡାରେ ଚୟନ ଆଧାରରେ ଆସନ୍ତାବର୍ଷ ସମୁଦାୟ ୨ଶହ କ୍ରୀଡାବିତଙ୍କୁ ସହାୟତା ଯୋଗାଇବା ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.