ତୃଣମୂଳ ସ୍ତରରେ ପରିସ୍ଥିତି ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଯେଉଁ ନୀତି ଅବଲମ୍ବନ କରି ଆସିଛେ, ସେହିପରି କୋଭିଡ୍‌ ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ତୃଣମୂଳସ୍ତରରେ ପରିସ୍ଥିତି ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭାଇରସର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି।

ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ବିଶେଷ ଭାବେ ସଂକ୍ରମିତ ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ସ୍ୱାସ୍ଥ୍ୟଗତ ଜଟିଳତା ଦେଖା ଦେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ଆଇସିୟୁ ବେଡ୍‌ ଉପରୁ ଚାପ କମିବ। ଜୀବନ ମରଣ ପରିସ୍ଥିତିରେ ଯନ୍ତ୍ରଣାକୁ ଦୂରେଇ ହେବ। ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବା ସହ ଠିକ୍‌ ସମୟରେ ପର୍ଯ୍ୟପ୍ତ ପରିମାଣର ଅକ୍ସିଜେନ ଯେପରି ରୋଗୀଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ଗୋଷ୍ଠୀଙ୍କୁ ସାଥିରେ ନେଇ ତ୍ରୁଟି ଶୂନ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କହିଛନ୍ତି, କୋଭିଡ୍‌ ବିରୋଧରେ ଲଢେଇ ଏକ ଲମ୍ବା ଲଢେଇ। ଏ ଲଢେଇ ଜିତିବାକୁ ହେଲେ ସମସ୍ତଙ୍କୁ ଦାୟିତ୍ୱର ସହ କାମ କରିବାକୁ ପଡିବ। ପ୍ରତିଟି ଜୀବନ ମୂଲ୍ୟବାନ, ପ୍ରତି ଜୀବନ ରକ୍ଷା ପାଇଁ ସର୍ବୋତ୍ତମ ଚେଷ୍ଟା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.