Below header

ଫନି ପ୍ରଭାବିତ ୧୪ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଆବାସ ଯୋଜନା ଯୋଗାଇଦିଅ: ମୋଦିଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):  ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି ପ୍ରଭାବିତ ୧୪ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଆବାସ ଯୋଜନା ନେଇ ଚିଠି ଲେଖିଛନ୍ତି। ଫନିରେ ପ୍ରଭାବିତ ହୋଇନଥିବା ଜିଲ୍ଲାଗୁଡ଼ିକରୁ ୬ଲକ୍ଷ ପରିବାରଙ୍କୁ ଘର ଯୋଗାଇ ଦେବାକୁ ୨୦୨୦ ଡିସେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି ପ୍ରଭାବିତ ହୋଇନଥିବା ୧୬ ଜିଲ୍ଲା ମଧ୍ୟରେ କେବିକେ ଜିଲ୍ଲା ମଧ୍ୟ ରହିଛି। ଏସବୁ ଜିଲ୍ଲାରେ ଯୋଗ୍ୟ ଥାଇ ମଧ୍ୟ ବାଦ ପଡ଼ିଥିବା ପରିବାରଙ୍କୁ ଆରଏଚ ପୋର୍ଟାଲ ଜରିଆରେ ଚିହ୍ନଟ କରାଯାଇଛି । ଏକ୍ଷେତ୍ରରେ ଆବାସ ପ୍ଲସ ପାଇଁ ଥିବା ପଦ୍ଧତିକୁ ଅନୁସରଣ କରାଯାଇଛି ।

ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ରାଜ୍ୟ ସରକାର କରିଛନ୍ତି। ଏପରିସ୍ଥିତିରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ମାସକ ଲାଗି ଆବାସ ପ୍ଲସ ମୋବାଇଲ ଆପ୍‌ ଖୋଲିବାକୁ ଗ୍ରାମୀଣ ବିକାଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାଦ୍ୱାରା ସମସ୍ତଙ୍କ ପାଇଁ ସୁରକ୍ଷିତ ଗୃହ ଲକ୍ଷ୍ୟ ପୂରଣ ହୋଇପାରିବ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୮ଲକ୍ଷ ୧୭ହଜାର ଘର ଆବଣ୍ଟନ ନେଇ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଫନି ବାତ୍ୟା ପ୍ରଭାବିତ ଲୋକଙ୍କୁ ଆଶ୍ରୟ ସୁରକ୍ଷା ଦେବାରେ ଏହା ସହାୟତା କରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.