ରାତିରେ କମ୍ବଳ ଭିତରେ ହେଲା କିଛି ଏମିତି ଯେ ଶୁଣିଲେ ଲୋମ ଟାଙ୍କୁରି ଉଠିବ ଆପଣଙ୍କର, ଜାଣନ୍ତୁ କ’ଣ କହିଲେ ଏହି ଦମ୍ପତି

ନିକଟରେ ଜଣେ ଦମ୍ପତି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେମାନେ କହିଛନ୍ତି କି, କିଛିଦିନ ତଳେ ସେମାନେ ଏକ କୁକୁରର ଭୂତ ସହିତ ବେଡ୍‌ ସେୟାର କରିଛନ୍ତି। କୁକୁରର ଭୂତ ସେମାନଙ୍କ ଗୋଡ଼ ଉପରେ ବସିଥିଲା ଏବଂ ସେମାନଙ୍କ ସହିତ ଟେଲିଭିଜନ ବି ଦେଖିଥିଲା। ଖବର ମୁତାବକ, ସାଉଥ୍‌ପୋର୍ଟର ମାଇକେଲ ଲି ଦାବି କରିଛନ୍ତି ଯେ ସେ ପ୍ରଥମେ ଏହି ଘଟଣା ନିଜ ବିଛଣା ଉପରେ ପଡ଼ିଥିବା ପାଦଚିହ୍ନରୁ ଜାଣିବାକୁ ପାଇଥିଲେ। ତାଙ୍କ ପାଳିତ ବିଲେଇ ମ୍ୟାଗି ଭଳି ସେହି ଭୂତିଆ କୁକୁର ବି ଗୋଡ଼କୁ କ୍ରସ୍‌ କରି ଶୋଇବାକୁ ପସନ୍ଦ କରୁଥିଲା।

ଦମ୍ପତିଙ୍କ କହିବା ହେଲା, କୁକୁରର ଭୂତ ଘର ଭିତରେ ବୁଲୁଥିଲା, ଯଦିଓ ସେ କାହାକୁ କୌଣସି କ୍ଷତି ପହଞ୍ଚାଇ ନ ଥିଲା। ମାଇକେଲ କହିଛନ୍ତି, ‘ସକାଳ ପାଖାପାଖି ୫ଟା ବେଳେ ମୋତେ ଲାଗିଥିଲା କି, ଆମ ପାଳିତ ବିଲେଇକୁ ଭୋକ ଲାଗୁଥିବାରୁ ସେ ଆମକୁ ବିଛଣାରୁ ଉଠାଇବାକୁ ଆସିଛି। କିନ୍ତୁ ଆମକୁ ବିଲେଇ କେଉଁଠି ବି ନଜର ଆସି ନ ଥିଲା। ସେହି ଜାଗାରେ ପାଦ ଚିହ୍ନ ପଡ଼ିଥିଲା, ଯାହାକି ଧୀରେ ଧୀରେ ବିଛଣା ଆଡ଼କୁ ଆସୁଥିଲା। ଏହାପରେ କୁକୁରର ଭୂତ ଆସି ମୋ ଗୋଡ଼ ଉପରେ ଶୋଇ ଯାଇଥିଲା’।

ମାଇକେଲ ଆହୁରି କହିଥିଲେ କି, ସେହି ଭୂତିଆ କୁକୁର କ୍ରସ୍‌ ଗୋଡ଼ କରି ବିଛଣା ଉପରେ ବସି ଯାଇଥିଲା। ବିଛଣା ଉପରେ ଏକ ମୁଲାୟମ କମ୍ବଳ ରହିଥିଲା ଏବଂ ତାହା ଏକ୍‌ଦମ ଫ୍ଲାଟ ଥିଲା। କୁକୁରର ଭୂତ ଯେତେବେଳେ ଆସି ସେହି କମ୍ବଳ ଉପରେ ବସିଥିଲା, ତ ତାହା ଲୋଚାକୋଚା ହୋଇଯାଇଥିଲା। ସେ ବହୁତ ଭାରୀ ଥିଲା, ବିଲେଇଠାରୁ ବି ଅଧିକ ଭାରୀ।

ମାଇକେଲଙ୍କ ପାଖରେ ଏକ ଇନ୍‌ଫ୍ରାରେଡ୍‌ କ୍ୟାମେରା ଅଛି, ଯାହାକୁୁ ସେ ନିଜ ଫୋନ୍‌ରେ ଦେଖିପାରନ୍ତି ଏବଂ ଏଥିରେ ଦୁଇ ପ୍ରକାରର ମାଇକ୍ରୋଫୋନ ରହିଛି। ତେଣୁ ଘଟଣା ଅନୁଭବ କରିବା ପରେ ସେ ଏହା ମାଧ୍ୟମରେ କୁକୁରର ଭୂତକୁ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.