Below header

ଲିଭର ଡ୍ୟାମେଜ କରୁଛି ଇମ୍ୟୁନିଟି ବଢ଼ାଉଥିବା ଗିଲୋୟ, ଡାକ୍ତର କଲେ ସତର୍କ

ନୂଆଦିଲ୍ଲୀ : କରୋନା ସମୟରେ କିଛି ପାରମ୍ପରିକ ଜଡ଼ିବୁଟି ଶରୀରର ଇମ୍ୟୁନିଟି ବଢ଼ାଉଥିବାରୁ ଏହାକୁ ଏବେ ଅଧିକ ସେବନ କରାଯାଉଛି । ତେବେ ଏହା ଶରୀରର କ୍ଷତି କରୁଛି ବୋଲି ଗବେଷକମାନେ କହିଛନ୍ତି । ଗତ ବର୍ଷ ଠାରୁ ଆସିଥିବା ଲିଭର ଡ୍ୟାମେଜ ରୋଗୀଙ୍କ କ୍ଷେତ୍ରରେ ଅଧିକାଂଶ ରୋଗୀ ଗିଲୋୟ ପିଇଥିବା କାରଣରୁ ହୋଇଛି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଜଣ୍ଡିସ ଓ ଲେଥର୍ଜି ଜଡିତ ସମସ୍ୟା ଦେଖାଯାଉଛି ବୋଲି ଡାକ୍ତର କହିଛନ୍ତି ।

 

giloy
photo credit: aajtak.in

ଏକ ପତ୍ରିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଡାକ୍ତର ଯେତେବେଳେ ଏହି ରୋଗୀଙ୍କ ଯାଞ୍ଚ କରାଇଲେ ଜଣାପଡ଼ିଲା ଯେସମସ୍ତେ ଟିନୋସ୍ପୋରା କୋର୍ଡିଫୋଲିଆ ଖାଉଥିଲେ । ଯାହାକୁ ସାଧାରଣ ଭାଷାରେ ଗିଲୋୟ ବୋଲି କୁହାଯାଏ ।ଭାରତରେ ଗିଲୋୟକୁ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଚାର ପାଇଁ ଖିଆଯାଇଥାଏ ।

 

giloy
photo credit: aajtak.in

ନିକଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଯାଞ୍ଚରୁ ଲିଭରରେ ଥିବା ଘା’ରୁ ଏହି ରିପୋର୍ଟ ଜଣାପଡ଼ିଛି । କରୋନା ମହାମାରୀ ପାଇଁ ଲୋକେ ଇମ୍ୟୁନିଟି ବଢ଼ାଇବା ଇଚ୍ଛାରେ ଅଧିକ ଗିଲୋୟ ପିଉଥିବାରୁ ଲିଭର ସଂକ୍ରାନ୍ତୀୟ ରୋଗ ବଢ଼ୁଥିବାର ଡାକ୍ତରମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.