କଟକ: ନିମ୍ନମାନର ଖାଦ୍ୟକୁ ନେଇ ସିଏମସି ଫୁଡ଼ ସେଫଟି ଶାଖାର ଚଢ଼ଉ

କଟକ (କେନ୍ୟୁଜ): ନିମ୍ନମାନର ଖାଦ୍ୟକୁ ନେଇ କଟକ ମହାନଗର ନିଗମର ଧରପଗଡ଼। ସିଏମସି ଫୁଡ଼ ସେଫଟି ଶାଖାର ଚଢ଼ାଉ। SCB ମେଡ଼ିକାଲ ରୋଡ଼ ଭେଣ୍ଡିଙ୍ଗ ଯୋନରେ ଥିବା ବିଭିନ୍ନ ହୋଟେଲରେ ଆଜି ଚଢ଼ାଉ କରିଛି ସ୍କ୍ଵାଡ। ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ହୋଇଛି ଏହି ଚଢ଼ାଉ। ଏକ କ୍ୱିଣ୍ଟାଲରୁ ଉର୍ଦ୍ଧ୍ଵ ରନ୍ଧା ଖାଦ୍ୟ ସାମଗ୍ରୀ ନଷ୍ଟ କରିଛି ସିଏମସି। ରନ୍ଧା ଖାଦ୍ୟ ଘୋଡ଼ା ଯାଉନଥିଲା।

ଏଠି ସହିତ ଖାଦ୍ୟରେ ବିଭିନ୍ନ ପ୍ରକାର ରଙ୍ଗ ଓ କେମିକାଲ ବ୍ୟବହାର ହେଉଥିଲା ବୋଲି ଅଭିଯୋଗ ହୋଇଛି। କୌଣସି ବ୍ୟବସାୟୀଙ୍କର ଫୁଡ଼ ସେଫଟି ଲାଇସେନ୍ସ ନଥିବା ଅଭିଯୋଗ ଆଣିଛି ସିଏମସି। ସେପଟେ ଲାଇସେନ୍ସ ପାଇଁ ସିଏମସି ଟଙ୍କା ଓ କାଗଜପତ୍ର ନେଇଛି। ଲାଇସେନ୍ସ ଦେଉ ନାହିଁ ବୋଲି ପାଲଟା ଅଭିଯୋଗ କରିଛନ୍ତି ବ୍ୟବସାୟୀ। ଆଜି ୫ରୁ ଅଧିକ ରାସ୍ତା କଡ଼ ହୋଟେଲରେ ରେଡ଼ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.