Below header

ହସ୍ପିଟାଲ ବେଡରେ ବହୁ ସମୟ ମୃତଦେହ ପଡ଼ିବା ଘଟଣା: ଏସସିବିରେ ସମୀକ୍ଷା କଲେ କଟକ ମେୟର:

କଟକ(କେନ୍ୟୁଜ୍): ଆକ୍ସନ ମୁଡରେ କଟକ ମେୟର । ଆଜି କଟକ ଏସସିବିର ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଛନ୍ତି ସିଏମସି ମେୟର ସୁବାସ ସିଂ । ତାଙ୍କ ସହ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଓ ସିଏମସି ଡେପୁଟୀ ମେୟର ବି ସାମିଲ ଥିଲେ । ମୃତଦେହ ବହୁ ସମୟ ଧରି ହସ୍ପିଟାଲ ବେଡରେ ପଡ଼ିବା ଘଟଣାର ସମୀକ୍ଷା କରିଛନ୍ତି ସିଏମସି ମେୟର ।

ମୃତ୍ୟୁର ୧୫ ମିନିଟ ପରେ ମୃତଦେହ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହସ୍ପିଟାଲ ବୁଲି ଦେଖିବା ସହ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ବାବଦରେ ପଚାରି ବୁଝିଥିଲେ ମେୟର ସୁବାସ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.