ସୁପ୍ରିମକୋର୍ଟରେ ବାହାରିଲା ଚାକିରି! ଶେଷ ତାରିଖ ମେ’ ୧୪…ଆସିଷ୍ଟାଣ୍ଟ ଓ ଜୁନିଅର ଟ୍ରାନ୍ସଲେଟର ପଦରେ ତୁରନ୍ତ କରନ୍ତୁ ଆବେଦନ

ସୁପ୍ରିମକୋର୍ଟରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ। ଗ୍ରାଜୁଏସନ୍‌ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ସୁପ୍ରିମକୋର୍ଟରେ ଚାକିରି ପାଇଁ ଆବେଦନ କରି ପାରିବେ। ନିକଟରେ ସୁପ୍ରିମକୋର୍ଟ ଆସିଷ୍ଟାଣ୍ଟ ଏବଂ ଜୁନିଅର ଟ୍ରାନ୍ସଲେଟରର ୨୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏବେ ଆବେଦନ ତାରିଖ ପାଖେଇ ଆସିଥିବା ବେଳେ ଯେଉଁ ପ୍ରାର୍ଥୀମାନେ ଏ ପର୍ଯ୍ୟନ୍ତ ଆବେଦନ ଫର୍ମ ପୂରଣ କରି ନାହାନ୍ତି, ସେମାନେ ତୁରନ୍ତ ହିଁ ଆବେଦନ କରି ଦିଅନ୍ତୁ।

ବିଜ୍ଞପ୍ତି ମୁତାବକ, ଏହି ପଦଗୁଡ଼ିକ ଉପରେ ଆବେଦନ ପ୍ରକ୍ରିୟା ଆସନ୍ତା ମେ’ ୧୪ ପର୍ଯ୍ୟନ୍ତ ଚାଲିବ। ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରତ୍ୟେକ ମାସରେ ପାଖାପାଖି ୪୫,୦୦୦ ଟଙ୍କା ଦରମା ମିଳିବ।

ଆବଶ୍ୟକ ଯୋଗ୍ୟତା ଓ ବୟସ ସୀମା

ବିଜ୍ଞପ୍ତି ଅନୁସାରେ, ଜୁନିଅର ଟ୍ରାନ୍ସଲେଟର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଖରେ ଇଂଲିଶରେ ଗ୍ରାଜୁଏସନ୍‌ ଡିଗ୍ରୀ ରହିବା ଉଚିତ। ଏହା ବ୍ୟତୀତ ସେମାନଙ୍କ ପାଖରେ ଟ୍ରାନ୍ସଲେସନରେ ୨ ବର୍ଷର ଅଭିଜ୍ଞତା ଥିବା ମଧ୍ୟ ଜରୁରୀ। ସେପଟେ ବୟସ ସୀମା ଦେଖିବାକୁ ଗଲେ, ଆବେଦନକାରୀଙ୍କର ସର୍ବାଧିକ ବୟସ ୩୨ରୁ ଅଧିକ ବର୍ଷ ହେବା ଉଚିତ ନୁହେଁ। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ନିୟମ ମୁତାବକ ଛାଡ୍‌ ମିଳିବ। ଏହା ବିଷୟରେ ଅଧିକ ସୂଚନା ପାଇଁ ଆପଣ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ ଭିଜିଟ୍‌ କରି ପାରିବେ।

ଏହି ପ୍ରକାରେ କରନ୍ତୁ ଆବେଦନ

-ପ୍ରଥମେ ପ୍ରାର୍ଥୀଙ୍କୁ ସୁପ୍ରିମକୋର୍ଟଙ୍କ ଅଫିସିଆଲ୍ ୱେବସାଇଟ୍ main.sci.gov.in ଭିଜିଟ୍‌ କରିବାକୁ ହେବ।

-ୱେବସାଇଟର ହୋମ୍‌ ପେଜ୍‌ରେ ଆପଣଙ୍କୁ ଏହି ନିଯୁକ୍ତିର ବିଜ୍ଞପ୍ତି ସହ ଆବେଦନର ଲିଙ୍କ୍ ମିଳିଯିବ।

-ପ୍ରଥମେ ସମସ୍ତ ପ୍ରାର୍ଥୀ ନୋଟିଫିକେସନକୁ ଡାଉନଲୋଡ୍ କରି ଦିଅନ୍ତୁ ଏବଂ ଭଲ ଭାବରେ ପଢ଼ି ନିଅନ୍ତୁ। ଏଥିରେ ଆବେଦନର ପୂରା ପ୍ରକ୍ରିୟା ବିଷୟରେ ସୂଚନା ଦିଆଯାଇଛି।

-ଏବେ ପ୍ରାର୍ଥୀମାନେ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଜରୁରୀ ବିବରଣୀ ଓ ଡକ୍ୟୁମେଣ୍ଟ୍ ସହିତ ଆବେଦନ ଫର୍ମ ପୂରଣ କରି ସବ୍‌ମିଟ କରନ୍ତୁ।

-ଆବେଦନ ଫର୍ମ ସବ୍‌ମିଟ କରିବା ପରେ ଏହାର ଏକ ପ୍ରିଣ୍ଟ ଆଉଟ୍‌ ବାହାର କରି ନିଜ ପାଖରେ ରଖନ୍ତୁ।

Leave A Reply

Your email address will not be published.