ଅନୁଗୁଳ: ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ସଙ୍କଟ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ସଙ୍କଟ । କୋଇଲା ସଙ୍କଟ ଯୋଗୁଁ ୩ଟି ୟୁନିଟ ବନ୍ଦ ହୋଇଯାଇଥିବାବେଳେ ଆଂଶିକ ଭାବେ ୩ଟି ୟୁନିଟରୁ ୯୫୦ ମେଗଓ୍ଵାଟ ବିଦ୍ୟୁତ ଉତ୍ପାଦନ ହେଉଛି । ଭରତପୁର କୋଇଲାଖଣି ଅଘଟଣରେ ଶ୍ରମିକଙ୍କ ମୃତ୍ୟୁପରେ ବିଜେପି ପକ୍ଷରୁ ଶ୍ରମିକଙ୍କ ସୁରକ୍ଷା ଓ କ୍ଷତିପୂରଣ ଦାବିରେ ୬ ଦିନ ଧରି ବିଭିନ୍ନ ଖଣିରେ ଖଣି ବନ୍ଦ ଆନ୍ଦୋଳନ ଚାଲିଛି । ଫଳରେ ଏନଟିପିସିକୁ କୋଇଲା ଯୋଗାଣ ହୋଇପାରୁନାହିଁ । ଯାହା ଫଳରେ ଷ୍ଟକ ଥିବା କୋଇଲା ଶେଷ ହେବାକୁ ବସିଲାଣି । ଏନଟିପିସିରେ ମୋଟ ୬ଟି ୟୁନିଟରୁ ୫୦୦ ମେଗାଓ୍ଵାଟ ଲୋଖାଏଁ ଦୈନିକ ୩ ହଜାର ମେଗାଓ୍ଵାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.