Below header

ଶୀତରେ ବି ଆସୁଛି ବର୍ଷା, ୨୪ରୁ ୨୭ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷିବା ସମ୍ଭାବନା

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ବିଭିନ୍ନ ସ୍ଥାନରେ ପାରଦ ୧୨ଡିଗ୍ରୀ ତଳେ ରହିଛି। ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆହୁରି ୨ ଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ବଡ ଦିନକୁ ଭିଜାଇପାରେ ବର୍ଷା। ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହାପରେ ପୁଣି ଶୀତର ପ୍ରକୋପ ବଢିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.