Below header

କଟକ : ୧୫ ଓ ୧୬ ଦୁଇ ଦିନ ଘରେ ରହି ରଜ ପାଳିବାକୁ ତହସିଲ ଅଞ୍ଚଳ ଲୋକଙ୍କୁ ନିବେଦନ କଲେ ଜିଲ୍ଲାପାଳ

କଟକ (କେ ନ୍ୟୁଜ୍‌) : ଯେଉଁଠି ରଜର ଧୁମ୍ ସବୁଠୁ ବେଶି ସେଠି ଏବେ କରୋନା ଭୟରେ ରଜ ମଉଜ ବନ୍ଦ କରିବାକୁ ଜିଲ୍ଲାପାଳ ନୋଟିସ୍ ଜାରି କରିଛନ୍ତି । କରୋନା ଗତ ଦୁଇ ତିନି ଦିନ ମଧ୍ୟରେ କଟକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ତେଣୁ ୧୫ ଓ ୧୬ ଦୁଇ ଦିନ ଘରେ ରହି ରଜ ପାଳିବାକୁ ତହସିଲ ଅଞ୍ଚଳ ଲୋକଙ୍କୁ ନିବେଦନ କଲେ ଜିଲ୍ଲାପାଳ ।
ଗଞ୍ଜାମ ଜିଲ୍ଲା ପରେ କଟକରେ ରଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । କାରଣ ରାଜ୍ୟରେ ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରମିତ କଟକରେ ଅଛନ୍ତି । ଜିଲ୍ଲାରେ ମୋଟ୍ ୧୮୬ ଜଣ ଥିବା ବେଳେ ଗଞ୍ଜାମରେ ୧୨୮ ଜଣ ଅଛନ୍ତି ।
ସେପଟେ କଟକ ମହାନଗର ନିଗମ ଅଞ୍ଚଳ ପାଇଁ ସିଏମ୍‌ସି କମିଶନର୍ କଟକଣାକୁ ଟିକେ କୋହଳ କରିଛନ୍ତି । ଯଦିଓ ଲୋକଙ୍କୁ ଘରୁ ବାହାରକୁ ବାହାରିବା ଉପରେ କଟକଣା କରାଯାଇ ନାହିଁ ତେବେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଏବଂ ଦୋକାନ ବଜାରରେ କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.