ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସୌରୀନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ।

କେନ୍ୟୁଜ୍(ବ୍ୟୁରୋ):  ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସୌରୀନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର।

ସୂଚନା ଅନୁସାରେ, ବର୍ତ୍ତମାନ ସୌରିନକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କୋଲକାତା ଓ ମୁମ୍ବାଇ ଯାଇ ଅଭିଯୁକ୍ତଙ୍କୁ ଖୋଜିବ ଏହି ଟିମ । ଏସିପିଙ୍କ କହିବା ଅନୁଯାୟୀ, ଗତ ୨୫ ତାରିଖରୁ ତାଙ୍କୁ ଫୋନ ସ୍ୱିଚ ଅଫ ଅଛି ।

କଣ୍ଠଶିଳ୍ପୀ ସୌରୀନଙ୍କ ନାଁରେ ବାନ୍ଧବୀଙ୍କ ସହ ଅସଦାଚରଣ ଓ ଟଙ୍କା ଠକେଇର ଅଭିଯୋଗ ରହିଛି । କଟକ ମହିଳା ଥାନାରେ ଯୁବତୀ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.