କୋଭିଡ୍‌ ଯୋଦ୍ଧାଙ୍କ ନାଁରେ ମିଛ ଖବର ଭାଇରାଲ ଘଟଣାରେ ଖୋଳତାଡ ଜାରି, ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

ଭୁବନେଶ୍ୱର (କେନ୍ୟୁଜ ବ୍ୟୁରୋ): କୋଭିଡ୍‌ ଯୋଦ୍ଧାଙ୍କ ନାଁରେ ମିଛ ଖବର ଭାଇରାଲ ଘଟଣାରେ ଖୋଳତାଡ ଜାରି ରହିଛି । ଆଜି ଗିରଫ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ତିନି ଦିନିଆ ରିମାଣ୍ଡରେ ନେଇ ସେମାନଙ୍କଠାରୁ ଅଧିକ ତଥ୍ୟ ହାସଲ କରିବ କ୍ୟାପିଟାଲ୍‌ ଥାନା ପୋଲିସ । କାହିଁକି ଓ କାହା ପ୍ରରୋଚନାରେ ସେମାନେ ଭିଡିଓ କରି ଭାଇରାଲ୍‌ କଲେ ? ଏହା ପଛରେ ଅସଲ ଉଦ୍ଦେଶ୍ୟ କଣ ଥିଲା ? କରୋନା ସଂକଟ ଭିତରେ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କାହିଁକି କଲେ ? ଏହା ପଛରେ ଆଉ କାହାର ସଂପୃକ୍ତି ରହିଛି କି ?

ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଚେଷ୍ଟା କରିବ ପୋଲିସ । ତିନି ଦିନ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ । କୋଭିଡ ଯୋଦ୍ଧା, କୋଭିଡ୍‌ ହସ୍ପିଟାଲ ଓ ସରକାରଙ୍କ ନାଁରେ ମିଛ ଖବର ପ୍ରସାର ଅଭିଯୋଗରେ କେବୁଲ ନେଟ୍‌ୱର୍କ ଓରଟେଲ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ପଳାଶୁଣୀର ବ୍ୟବସାୟୀ ବିଶ୍ୱଜିତ୍‌ ମହାନ୍ତିଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.