ଭୁବନେଶ୍ୱର ମାଛ ମାର୍କେଟକୁ ବାଇକ ଧରି ଯାଇଥିଲେ କିଛି ଅମାନିଆ ବ୍ୟକ୍ତି, ବାଇକ ଗୁଡିକୁ ଜବତ କଲା କମିଶନରେଟ ପୋଲିସ

କେନ୍ୟୁଜ(ବ୍ୟୁରୋ): କରୋନାକୁ ନେଇ ରାଜଧାନୀରେ କଟକଣା ଜାରି କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ହେଲେ ଲୋକଙ୍କୁ ଚାଲି ଚାଲି ନିକଟସ୍ଥ ଦୋକାନ କିମ୍ବ ଅନଲାଇନରେ ମଗେଇବା ପାଇଁ ନିବେଦନ ପୋଲିସ କମିଶନର । କିନ୍ତୁ ଏହାକୁ କିଛି ଆମାନିଆ ଲୋକ ଉଲଂଘନ କରି ବାଇକ ଧରି ବଜାରକୁ ବାହାରୁଥିବାର ଦେଖିବାକୁ ମିଳିଛି । ଆଜି ଏମିତି କିଛି ଅମାନିଆଙ୍କର ଗାଡିକୁ ଜବତ କରିଛି କମିଶନରେଟ ପୋଲିସ । ୪ ନମ୍ବର ମାଛ ମାର୍କେଟରେ ମାଛ କିଣିବା ପାଇଁ ଏହି ସବୁ ବାଇକ ଧରି ଆସିଥିଲେ ଅମାନିଆ ବ୍ୟକ୍ତି । ବାଇକ ଗୁଡିକୁ କ୍ରେନ ସାହାଯ୍ୟରେ ଉଠାଇ ନେଇଛି ପୋଲିସ । ଯେହେତୁ ଆଇନ୍‌ ଉଲ୍ଲଂଘନ କରି ଅନେକ ଗ୍ରାହକ ବାଇକ ଧରି ବଜାରକୁ ପରିବା ଓ ମାଛ କିଣିବାକୁ ଆସିଥିଲେ ସେଥିପାଇଁ ସେମାନଙ୍କ ବାଇକ ସବୁକୁ ଜବତ କରାଯାଇଥିବାର କମିସନରେଟ ପୋଲିସ ପକ୍ଷରୁ ସୂଚନ ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.