Below header

ଓ୍ଵାର୍ଲ୍ଡ ଚମ୍ପିୟନ୍‌ ବକ୍ସର ଟାଇସନ୍‌ ଫ୍ୟୁରୀ ଲକ୍‌ଡାଉନ୍‌ ସମୟରେ ଦେଲେ ଏମିତି ଭୋଜି,  ଡେଲିଭରୀ ବଏକୁ ଟିପ୍ସ ଦେଲେ ୭ ହଜାର ଟଙ୍କାର

୬ ଫୁଟ୍‌ ୯ ଇଞ୍ଚର ଏହି ପ୍ରସିଦ୍ଧ ବ୍ୟକ୍ତି ହେଉଛନ୍ତି ଡବ୍ଲ୍ୟୁଡବ୍ଲ୍ୟୁଇର ଷ୍ଟାର ରେସ୍‌ଲର ଟାଇସନ୍‌ ଫ୍ୟୁରୀ । ନିଜ ପିଲାଙ୍କ ଖାଦ୍ୟ ନେଇ ବହୁତ ସଚେତଥାନ୍ତି ସେ । ପିଲାଙ୍କ ଖାଦ୍ୟରେ କ୍ୟାଲୋରୀ ପ୍ରତି ବି ବହୁତ ଦୃଷ୍ଟି ଦେଇଥାନ୍ତି । ସେଥିପାଇଁ ସେ ଡାଏଟ୍‌ କୋକ୍‌ର ୨୫ କେନ୍‌ ଅର୍ଡର କରିଛନ୍ତି ।

ଲକ୍‌ଡାଉନ୍‌ ସମୟରେ ଟାଇସନ୍‌ ଅନ୍ୟ କାହା ପାଇଁ ନୁହେଁ, ତାଙ୍କର ପରିବାର ପାଇଁ ଏହି ଭୋଜିର ଆୟୋଜନ କରିଛନ୍ତି । ତାଙ୍କ ପରିବାର କହିଲେ ସେ ଓ ତାଙ୍କ ପତ୍ନୀଙ୍କ ସହ ୫ ଜଣ ସନ୍ତାନ ।

tyson family

ସୂଚନା ଅନୁଯାୟୀ, ୩୧ ବର୍ଷ ବୟସ୍କ ଟାଇସନ୍‌ ଖାଦ୍ୟ ନେଇ ଆସିଥିବା ଡେଲିଭରୀ ବଏକୁ ୧୦୦ ଡଲାର ବା ପ୍ରାୟ ୭ ହଜାର ଟଙ୍କା ଟିପ୍ସ ଦେଇଛନ୍ତି । ଟାଇସନ୍‌ ତାଙ୍କ ଖାଦ୍ୟରେ ମଗାଇଛନ୍ତି ୨୮ ପ୍ରକାରର ୮୯ଟି ପିଜ୍ଜା ।

ଯାହାର ମୂଲ୍ୟ ହେଉଛି ୫୫୭ ଡଲାର ବା ପ୍ରାୟ ୪୨ ହଜାର ଟଙ୍କା । ଖାଦ୍ୟରେ ରହିଛି ଚାରିଟି ମିକ୍ସଡ୍‌ ଗ୍ରିଲ୍‌ ପ୍ଲେଟ୍ସ, ଚାରିଟି ଚିକେନ୍‌ ବିଂଗ୍‌ ପ୍ଲେଟ୍ସ, ଦୁଇଟି ଷ୍ଟେକ୍‌ ମିଲ୍ସ ଏବଂ ପାଞ୍ଚଟି କିଙ୍ଗ୍‌ ପ୍ରନ୍‌ । ଏଭଳି ୨୮ ପ୍ରକାରର ୮୯ଟି ପିଜ୍ଜା ମଗାଇଛନ୍ତି ।

ଖାଲି ସେତିକି ନୁହେଁ ପରିବାର ଲୋକଙ୍କୁ ଖାଦ୍ୟ ମଧ୍ୟ ପରସିଛନ୍ତି । ନିଜର ପିଲାଙ୍କ ଖାଦ୍ୟ ନେଇ ଏହି ୬ଫୁଟ୍‌ ୯ଇଞ୍ଚର ବ୍ୟକ୍ତି ବହୁତ ସଚେତନ । ନିଜର ପରିବାର ପାଇଁ ଗୋଟିଏ ଥର ଖାଇବାରେ ଟାଇସନ୍‌ କମ୍‌ସେକମ୍‌ ଏତିକି ତ ଖର୍ଚ୍ଚ କରିଥାନ୍ତି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.