୩ଟି ମାମଲାରେ ସଫଳ ତଦନ୍ତ ପାଇଁ ଅଫିସରଙ୍କୁ ସମ୍ମାନିତ, ତଦନ୍ତକାରୀ ଅଫିସର ଓ ସ୍ପେଷାଲ ପିପିଙ୍କୁ ସମ୍ମାନିତ କଲେ ସିପି

କେନ୍ୟୁଜ୍(ବ୍ୟୁରୋ): ୩ଟି ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଦାଖଲ କରିଥିବା ତଦନ୍ତକାରୀ ଅଫିସର ଓ ସ୍ପେଷାଲ ପିପିଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୩ଟି ମାମଲା ହେଲା, ୨୦୧୪ମସିହା ଜଟଣୀ ଅଞ୍ଚଳର ନନ୍ଦେଶ୍ୱର ରାଓ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ ସ୍ୱାଇଁକୁ ପୋଲିସ ଗିରଫ କରିଥିଲା । ପରେ ସଫଳ ତଦନ୍ତ କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଦାଖଲ ପାଇଁ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ପାଇଥିଲା । ଏହି ଘଟଣାର ତଦନ୍ତକାରୀ ଅଫିସର କିଶୋର ଚନ୍ଦ୍ର ସାମଲ ଓ ସ୍ପେସାଲ ପିପି ପ୍ରଦୀପ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ସେହିପରି୨୦୧୫ ମସିହା ମାର୍ଚ୍ଚ ୧୬ତାରିଖରେ ଜଟଣୀ ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତକୁ ୧୦ବର୍ଷ ସଜା ଓ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ ପକ୍ସୋ କୋର୍ଟ । ସେହିଭଳି ୨୦୧୫ ମସିହାରେ ଜଟଣୀ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ସଠିକ ପ୍ରମାଣ ଦାଖଲ କରିଥିବାରୁ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ । ତେଣୁ ଉଭୟ ଘଟଣାର ତଦନ୍ତକାରୀ ଅଧିକାରୀ ଓ ସ୍ପେଷାଲ ପିପିଙ୍କୁ ସମ୍ମାନିତ କରିଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.