ବେଣାପଞ୍ଜରି ନିକଟରେ ଡକାୟତି ପ୍ଲାନ୍‌ କରୁଥିବା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍‌ ପୋଲିସ୍‌

ଆଜି ରାତିରେ ବଡ ଧରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଜଟଣି ପୋଲିସ ପଞ୍ଝାରେ ପଡ଼ିଛନ୍ତି ବଡ ଡକାୟତି ଗ୍ୟାଙ୍ଗ। ସେମାନଙ୍କ ନିକଟରୁ ୫ ଟି ଅଫୁଟା ବୋମା , ସ୍କର୍ପିଓ କାର, ୩ ଟି ବାଇକ ସହିତ ଖଣ୍ଡା ଭୁଜାଲି ଲୁହା ରଡ଼ ଜବତ କରାଯାଇଥିଲା ।

ଭୁବନେଶ୍ୱର(କେନ୍ୟୁଜ୍‌) : ରାତି ହେଲେ ମାତୁଥିଲେ ଲୁଟେରା ଗ୍ୟାଙ୍ଗ । ଲଙ୍କାଗୁଣ୍ଡ ପରିବର୍ତ୍ତେ ହାତରେ ଧରି ବୁଲୁଥିଲେ ବୋମା । ଲୁଟ୍‌ ପାଇଁ କରୁଥିଲେ ସବୁବେଳେ ନୂଆ ନୂଆ ଯୋଜନା । କିନ୍ତୁ ତାଙ୍କର ସବୁ ଯୋଜନାକୁ ପଣ୍ଡ କରିଛନ୍ତି କମିଶନ୍‌ରେଟ୍‌ ପୋଲିସ । କାରଣ ରାତି ଅଧରେ ବଡ ଧରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା କମିଶନରେଟ ପୋଲିସ । ଆଉ ଗୋଡ଼େଇ ଗୋଡ଼େଇ ୫ ଜଣଙ୍କୁ ଧରିବାରେ ସଫଳତା ହାସଲ କରିଛନ୍ତି ।

ଏହି ଲୁଟେରାଙ୍କ ଟାର୍ଗେଟ୍‌ରେ ରହୁଥିଲା ଦାମୀ ଦାମୀ କାର୍‌ ଏବଂ ବଡ଼ ଜୁଏଲାରୀ ସପ୍‌ ଓ ବଡ଼ ବଡ଼ ବ୍ୟବସାୟୀ ମାନେ । ସୁଯୋଗ ଖୋଜି ବୁଲୁଥିଲେ ଟିକେ ବି ମଉକା ହାତଛଡ଼ା କରୁନଥିଲେ । ପ୍ରଥମେ ଟାର୍ଗେଟ କରୁଥିଲେ ଆଉ ତା ପରେ ଲୁଟିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । କିନ୍ତୁ ତାଙ୍କର ସବୁ ପ୍ଲାନ୍‌ ରେ ପାଣି ପକାଇ ଦେଇଛନ୍ତି ପୋଲିସ । ସେ ଲୁଟିବା ପାଇଁ ଲୋକଙ୍କ ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ ନଜରରେ ରଖୁଥିଲେ । ଆଉ ବୋମା ପକାଇ ବନ୍ଧୁକ ଭୁଜାଲି ଦେଖାଇ ଲୁଟିବାକୁ ଉଦ୍ୟମ କରୁଥିଲେ । ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି ଏକଥା ଏବେ ସତ ପ୍ରମାଣିତ ହୋଇଛି । ଏହି ଡକାୟତ ଗ୍ୟାଙ୍ଗର କଳାକାରନାମା ସବୁ ପୋଲିସ ନଜରରେ ଆଉ ଲୁଚି ରହିନାହିଁ ।

ଆଜି ରାତିରେ ବଡ ଧରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଜଟଣି ପୋଲିସ ପଞ୍ଝାରେ ପଡ଼ିଛନ୍ତି ବଡ ଡକାୟତି ଗ୍ୟାଙ୍ଗ। ସେମାନଙ୍କ ନିକଟରୁ ୫ ଟି ଅଫୁଟା ବୋମା , ସ୍କର୍ପିଓ କାର, ୩ ଟି ବାଇକ ସହିତ ଖଣ୍ଡା ଭୁଜାଲି ଲୁହା ରଡ଼ ଜବତ କରାଯାଇଥିଲା । ତେବେ ସେମାନେ ବେଣାପଞରି ପାଣିଟାଙ୍କି ନିକଟ ଏକ ଅନ୍ଧାରିଆ ସ୍ଥାନରେ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ ଖବର ପାଇ ଜଟଣି ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଂଚି ଏମାନଙ୍କୁ ଧରିଥିଲା ।ତେବେ ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ ଥାନାରେ ବୋମାମାଡ, ଲୁଟ ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଥିବା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.