୩୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ GST ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ପୁରୀ CTO ଓ GST ଅଧିକାରୀ । GST ଅଧିକାରୀ ମାନସ ରଞ୍ଜନ ବେହେରା ୩୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଧରିଛି । ଜଣେ ଗାଡି ମାଲିକଙ୍କ ଠାରୁ ଜବତ ଗାଡ଼ି ମାନସ ଛାଡିବା ପାଇଁ ଟଙ୍କା ନେଇଥିଲେ। ପୁରୀ ଜିଲ୍ଲା ସ୍କୁଲ ଆଗରୁ ଧରିଲା ଭିଜିଲାନ୍ସ ।

ପୁରୀ(କେନ୍ୟୁଜ୍‌) : ଭିଜିଲାନ୍ସ ଜାଲରେ ପୁରୀ CTO ଓ GST ଅଧିକାରୀ । GST ଅଧିକାରୀ ମାନସ ରଞ୍ଜନ ବେହେରା ୩୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଧରିଛି । ଜଣେ ଗାଡି ମାଲିକଙ୍କ ଠାରୁ ଜବତ ଗାଡ଼ି ମାନସ ଛାଡିବା ପାଇଁ ଟଙ୍କା ନେଇଥିଲେ। ପୁରୀ ଜିଲ୍ଲା ସ୍କୁଲ ଆଗରୁ ଧରିଲା ଭିଜିଲାନ୍ସ ।

ଅଭିଯୋଗକାରୀ ଜଣକ ଗତ ୧୯ ମାର୍ଚ୍ଚରେ ସରକାରୀ ନିୟମ ମୁତାବକ ୭୯ ହଜାର ୨୦୦ ଟଙ୍କାର ଜିଏସ୍ଟି ଜୋରିମାନା ପୈଠ କରି ସାରିଥିଲେ ମଧ୍ୟ ତାଙ୍କ ଅଟକ ରଖାଯାଇଥିବା ଗାଡିକୁ ମୁକ୍ତ କରିବା ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ ମାନସ।

ତେବେ ଆଜି ଅଭିଯୋଗକାରୀଙ୍କ ଠାରୁ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କ ଠାରୁ ୩୦ ହଜାର ଟଙ୍କାକୁ ଜବତ କରିବା ସହ ଶ୍ରୀ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.