ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିଥିଲେ ପୋଲିସ, ଘରୁ ଜବତ କଲେ ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା

ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିବାକୁ ଯାଇ ପୋଲିସ ଚକିତ । ଘରୁ ଜବତ ହେଲା ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା ।

ବାଲେଶ୍ବର(କେନ୍ୟୁଜ୍‌) : ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ପତ୍ନୀକୁ ନିର୍ଯାତନା ମାମଲାରେ ଚଢଉ କରିବାକୁ ଯାଇ ପୋଲିସ ଚକିତ । ଘରୁ ଜବତ ହେଲା ବନ୍ଧୁକ, ଗୁଳି, ତୀର ସହ ହରିଣ ଚମଡ଼ା । ବାଲେଶ୍ବର ଟାଉନ ଥାନା ବାରବାଟୀ ଅଞ୍ଚଳରୁ ହରିଣ ଚମଡ଼ା ଜବତ ହୋଇଛି । ମୁକ୍ତି ରଣା ନାମକ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏତଲା ପରେ ପୋଲିସ ଘରେ ଚଢଉ କରିବାକୁ ଯାଇଥିଲା । ଖାନତଲାସି ବେଳେ କିନ୍ତୁ ଘରୁ ୫ଟି ଏୟାର ଗନ, ଗୁଳି, ତୀର ସହ ୨ଟି ହରିଣ ଚମଡା ଜବତ ମିଳିଥିଲା। ଏହାକୁ ଜବତ କରି ମୁକ୍ତି ରଣାକୁ ଗିରଫ କରିଛି ପୋଲିସ । କେଉଁଠାରୁ ହରିଣ ଚମଡା ଆଣିଲେ ତାକୁ ନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି । ଜବତ ଏୟାରଗନ ଗୁଡ଼ିକ ଅଭିଯୁକ୍ତ ଜଣକ ଚଢ଼େଇ ମାରିବା ପାଇଁ ବ୍ୟବହାର କରୁଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.