ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା

ପୁଣି କଲବଲ କରିବ ତାତି । ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ଗରମ । ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ ।

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି କଲବଲ କରିବ ତାତି । ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ଗରମ । ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ସେହିପରି ୩ ଦିନ ମଧ୍ୟରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଦିନ ଡିଗ୍ରୀ ବଢ଼ିବ । ଏହାପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଏଥିପାଇଁ ପ୍ରବଳ ଗରମ ଅନୁଭୂତ ହେବ ।

ଉପରମୁହାଁ ରହିଛି ପାରଦ। ଆଜି ୫ ସହରର ତାପମାତ୍ରା ୩୯ ଡିଗ୍ରୀ ପାର କରିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧର ତାପମାତ୍ରା ୩୯.୫ ଡିଗ୍ରୀ ରହିଥିବା ବେଳେ ନୟାଗଡ଼ ଓ ଟିଟଲାଗଡରେ ୩୯.୨° ଡିଗ୍ରୀ ଓ ଭବାନୀପାଟଣାରେ ୩୯ ଡିଗ୍ରୀ ସେଲସିୟସ ରହିଛି। ସେପଟେ ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ୧ ତାରିଖ ଯାଏ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୩୦ ଓ ୩୧ ତାରିଖରେ ବିଜୁଳି ଘଡ଼ଘଡ଼ି ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.