ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ

ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ। ପରିଚୟପତ୍ର ତନଖି ଓ ପଞ୍ଜିକରଣ ପରେ ବି ଭୋଟ ଦେବା ବାଧ୍ୟତାମୂଳକ ନୁହେଁ । ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ୧୯୬୧ ରୁଲ ୪୯-ଓରେ ରହିଛି ଉଲ୍ଲେଖ।

ଭୁବନେଶ୍ୱର(କେନ୍ୟୁଜ୍‌): ଭୋଟ ଦେବାକୁ ବାଧ୍ୟ କରି ପାରିବେନି ପୋଲିଂ କର୍ମଚାରୀ । କୌଣସି ଭୋଟର ଯଦି ପୋଲିଂ ବୁଥକୁ ଯାଇ ପରିଚୟ ପଞ୍ଜିକରଣ କରିବା ପରେ ଭୋଟ ଦେବାକୁ ମନା କରନ୍ତି ତେବେ ତାଙ୍କୁ ଭୋଟ ଦେବାକୁ ପୋଲିଂ କର୍ମଚାରୀ ବାଧ୍ୟ କରିପାରିବେ ନାହିଁ । କୌଣସି ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ନିଷ୍ପତ୍ତି ଭୋଟରଙ୍କ ଅଧିକାରର ଅନ୍ତର୍ଭୁକ୍ତ । ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ୧୯୬୧ ରୁଲ ୪୯-ଓରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି । ଏହି ନିୟମ ଅନୁଯାୟୀ ଯଦି କୌଣସି ଭୋଟର ବୁଥ ଭିତରେ ପହଞ୍ଚି ପରିଚୟ ପତ୍ର ତନଖି ଓ ପଞ୍ଜିକରଣ କରାଇବା ପରେ ଭୋଟ ନଦେବାକୁ ନିଷ୍ପତ୍ତି ନିଅନ୍ତି ତେବେ ପୋଲିଂ ଅଧିକାରୀ ଫର୍ମ 17Aରେ ଏ ସମ୍ପର୍କରେ ମନ୍ତବ୍ୟ ଦେବା ସହ ଭୋଟରଙ୍କ ସ୍ୱାକ୍ଷର କିମ୍ବା ଟିପ ଚିହ୍ନ ନେବେ । ନିୟମଟି ପୂର୍ବରୁ ଥିଲେ ମଧ୍ୟ ସଚେତନତା ଅଭାବରୁ ଅଧିକାଂଶ ଭୋଟର ଏହି ଅଧିକାର ସମ୍ପର୍କରେ ଜାଣିନାହାନ୍ତି । ଭୋଟ ନଦେବା ନିଷ୍ପତ୍ତି ନିର୍ବାଚନର ଫଳାଫଳ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.