Below header

କଟକ ମାଲଗୋଦାମର ବିଭିନ୍ନ ଦୋକାନରେ କମିଶନରେଟ୍‌ ପୋଲିସର ଚଢ଼ାଉ, ୩ଟି ଦୋକାନରୁ ବିପୁଳ ନକଲି ହଳଦୀ ଗୁଣ୍ଡ ଜବତ

କେନ୍ୟୁଜ ବ୍ୟୁରୋ : କଟକ ମାଲଗୋଦାମର ବିଭିନ୍ନ ଦୋକାନରେ କମିଶନରେଟ୍‌ ପୋଲିସର ଚଢ଼ାଉ । ଗତକାଲି ନକଲି ହଳଦୀ ଓ ଲଙ୍କାଗୁଣ୍ଡ ଜବତ ପରେ ଆଜି ଅନ୍ୟ ଦୋକାନ ଚଢ଼ାଉ କରିଛି କମିଶନରେଟ୍‌ ପୋଲିସ । ମାଲଗୋଦାମର ତିନିଟି ଦୋକାନରୁ ବିପୁଳ ପରିମାଣରେ ନକଲି ହଳଦୀ ଗୁଣ୍ଡ ଜବତ ହୋଇଛି । ଅପମିଶ୍ରିତ ମସଲା ବିକ୍ରି ଖବର ପାଇ କମିଶନରେଟ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଆଜି ଚଢ଼ାଉ ହୋଇଥିଲା । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ୨୦ ଲକ୍ଷ ହେବ । ତିନି ଦୋକାନ ମାଲିକ ଫେରାର ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.