Below header

କ୍ରୁନାଲ୍‌ ପାଣ୍ଡ୍ୟା ମୁମ୍ବାଇ ବିମାନ ବନ୍ଦରରେ ଅଟକ ରହିଲେ, ଆଣିଥିବା ସୁନାର ହେଉଛି ଯାଞ୍ଚ

ମୁମ୍ବାଇ : ଆଇପିଏଲ୍‌ ଟ୍ରଫି ଜିତି ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ । ଦଳର ସବୁ ଖେଳାଳିଙ୍କର ଖୁସିରେ ସୀମା ନାହିଁ । ହେଲେ ସମସ୍ତେ ଆଜି ଦୁବାଇରୁ ଫେରିଲା ବେଳେ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଇ ଦିଆଗଲା । ଡିଆରଆଇ ସୂତ୍ରରୁ ପ୍ରକାଶ ଯେ କ୍ରୁନାଲଙ୍କ ପାଖରେ ଅଧିକ ସୁନା ରହିଛି । ଯାହାର କାଗଜପତ୍ର ଯାଞ୍ଚ ଚାଲିଛି । ତାଙ୍କ ପାଖରେ ଅଧିକ ସୁନା ରହିବା ସହିତ ଅନ୍ୟ କିଛି ଦାମୀ ଜିନିଷପତ୍ର ମଧ୍ୟ ରହିଛି ।

ସୂଚନା ଥାଉକି ବିଦେଶରୁ ଜଣେ ବ୍ୟକ୍ତି ୫୦ ହଜାର ଟଙ୍କା ଭିତରେ ସୁନା ଆଣି ପାରିବ । ଯାହା ଡ୍ୟୁଟି ଫ୍ରି ଭିତରେ ଯିବ । ସେହିପରି ମହିଳାମାନେ ୧ ଲକ୍ଷ ଟଙ୍କା ଭିତରେ ସୁନା ଆଣି ପାରିବେ । କ୍ରୁନାଲଙ୍କ ପାଖରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ସୁନା ରହିଛି । ଏଥିରେ କେତୋଟି କଙ୍କଣ, ସୁନାର ଘଡ଼ି ଓ ଅନ୍ୟ କିଛି ଦାମୀ ଜିନିଷପତ୍ର ରହିଛି । ଯାହାର କାଗଜପତ୍ର ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.