ଫାଇଜର ପରେ ରଷିଆର ମର୍ଡନା ଟିକା ସଫଳତାର ଦ୍ୱାର ଦେଶରେ, ଆସନ୍ତା ମାସ ହୋଇପାରେ ବଜାର ପ୍ରବେଶ

ଦୁଇଟି ଛାମୁଆଁ ଟିକା ପ୍ରସ୍ତୁତି କମ୍ପାନି ଏବେ ଟିକା ପ୍ରସ୍ତୁତି ନେଇ ସଫଳତାର ଦ୍ୱାର ଦେଶରେ ପହଞ୍ଚିଛନ୍ତି । ଫାଇଜର କମ୍ପାନି ତା’ର ଟିକା ପରୀକ୍ଷଣ ନେଇ ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି କହିଛି । ଆସନ୍ତା ବର୍ଷ ପ୍ରାରମ୍ଭରେ ଏହା ବଜାର ପ୍ରବେଶ କରିବ ବୋଲି କହିଥିବା ବେଳେ ରଷିଆର ମର୍ଡନା ଟିକା ଆସନ୍ତା ମାସରେ ଉପଲବ୍ଧ ହେବ ବୋଳି କମ୍ପାନୀ ପକ୍ଷରୁ କୁହାଯାଇଛି । ରଷିଆର ମର୍ଡନା ଟିକା ୯୨ ପ୍ରତିଶତ ପ୍ରଭାବଶାଳୀ ହୋଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

moderna.JPG-1

ତେବେ ଭାରତୀୟ ଜଳବାୟୁରେ ଫାଇଜର ଟିକା ସେତେଟା ସୁହାଇବ ନାହିଁ ବୋଲି ପୂର୍ବରୁ ଗବେଷକମାନେ କହିଛନ୍ତି । କାରଣ ଫାଇଜର ଟିକାକୁ ସଂରକ୍ଷଣ କରିବା ପାଇଁ ଅତ୍ୟଧିକ ଥଣ୍ଡା ପରିବେଶ ଦରକାର । ଫାଇଜର ଟିକା ସଂରକ୍ଷଣ ପାଇଁ ଅତି କମ୍‌ରେ ମାଇନସ୍‌ ୭୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ଦରକାର । ଯେଉଁଥିପାଇଁ ଭାରତର ସବୁ ସ୍ଥାନରେ ଏହାକୁ ଉପଲବ୍ଧ କରାଇବା ସମ୍ଭବ ନୁହେଁ । ତା’ଛଡା ଏହାର ଦାମ୍‌ ଅଧିକ ହୋଇଥିବାରୁ ଭାରତର ସବୁ ବର୍ଗର ଲୋକେ ଏହାକୁ ନେବା କଷ୍ଟକର ହେବ । ଙ୍କ ପାଖରେ ଏହାକୁ ପହଞ୍ଚାଇ ହେବ ନାହିଁ ।

ଫାଇଜର୍ ଟିକା ସଂପର୍କରେ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ‘ଭାରତରେ ଅଧିକାଂଶ ଟିକା ଦୁଇରୁ ଆଠ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଗଚ୍ଛିତ ହେବା ଆବଶ୍ୟକ। ଭାରତର ଗ୍ରାମାଞ୍ଚଳ ତଥା ସହରଗୁଡିକରେ ଫାଇଜର ଟିକା ପ୍ରଦାନ କରିବା କାଠିକରପାଠ ହୋଇପାରେ।’

ଏହି ସମୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଆଇସିଏମଆର ମିଳିତ ଭାବରେ ବାହାର କରୁଥିବା ‘କୋଭିଡସିଲ୍ଡ’ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ପ୍ରସ୍ତୁତ ହୋଇସାରିଛି ବୋଲି ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.