ଦୀପାବଳି ଅମାବାସ୍ୟାରେ ଆଉ ଶୁଭିବନି ବଡବଡୁଆଙ୍କୁ ଡ଼ାକ, ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପୟାଶ୍ରାଦ୍ଧକୁ ବାରଣ

କେନ୍ୟୁଜ ବ୍ୟୁରୋ : ଏଥର ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପୟାଶ୍ରାଦ୍ଧକୁ ବାରଣ। ଦୀପାବଳି ଅମାବାସ୍ୟାରେ ଶୁଭିବନି ବଡବଡୁଆଙ୍କୁ ଡ଼ାକ। ବାହାର ଜିଲ୍ଲାର ଲୋକଙ୍କୁ ପୟାଶ୍ରାଦ୍ଧ ପାଇଁ ପୁରୀ ବାରଣ ହୋଇଥିବା ବେଳେ ପୁରୀବାସୀ ଏମାର ମଠ ପାର୍କିଂ ସ୍ଥାନରେ ବଡ଼ବଡୁଆ ଡାକିବେ। କରୋନା କଟକଣା ପାଇଁ ଚଳିତ ଥର ସ୍ଥାନ ପରିବର୍ତ୍ତନ କରାଯାଇଛି।

ପ୍ରତିବର୍ଷ ଦୀପାବଳିରେ ଲକ୍ଷାଧିକ ଲୋକ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରି ବଡ଼ବଡୁଆଙ୍କୁ ଡାକିଥାନ୍ତି। ଚଳିତଥର ଏହା ସଂପୂର୍ଣ୍ଣ ଫିକା ପଡ଼ିବାକୁ ଯାଉଛି। ସେପଟେ ବାଣ ବିକ୍ରିରେ କଟକଣା ଥିବାରୁ ବାଣ ବ୍ୟବସାୟୀମାନେ ହତାଶ ହୋଇପଡ଼ିଛନ୍ତି। କେବଳ ଦୀପ ଜାଳି ଦୀପାବଳି ପାଳିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଭଳ ଦୀପ ବିକ୍ରି ହେବା ଆଶା ରଖିଛନ୍ତି ଦୀପ କାରିଗର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.