Below header

ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡି କଥାରେ ନୁହେଁ, କାମରେ ବଶ୍ୱାସ କରେ । ଉପନିର୍ବାଚନରେ ଦଳର ଅଭୁତପୂର୍ବ ବିଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି । ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱରବାସୀଙ୍କୁ ନମସ୍କାର ଜଣାଇବା ସହ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଆମେ ପୂରଣ କରିବୁ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନସାଧାରଣ ଯେଭଳି ଭାବେ ବିପୁଳ ଭୋଟ ଦେଇ ଦଳକୁ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ସମସ୍ତଙ୍କ ନିକଟରେ ଋଣୀ । ଏହି ବିଜୟର ଶ୍ରେୟ ସମସ୍ତଙ୍କର । ଭୋଟର ଭାଇ-ଭଉଣୀ ଓ କର୍ମୀମାନେ ଉପନିର୍ବାଚନରେ ସହଯୋଗ କରିଛନ୍ତି । ଭାଇ-ଭଉଣୀମାନେ ବହୁ ପରିଶ୍ରମ କରିଛନ୍ତି ।

କୋଭିଡ ସମୟରେ ପ୍ରଚାର ଏତେ ସହଜ ନ ଥିଲା । କିନ୍ତୁ ଦଳ ପାଇଁ ସେମାନେ ବହୁ ପରିଶ୍ରମ କରିଛନ୍ତି । ନେତାମାନେ ଦକ୍ଷତାର ସହ ପ୍ରଚାର କାମ କରିଛନ୍ତି । ବିଶେଷ କରି ମା’ମାନେ ଆମ ଦଳକୁ ଆଶୀର୍ବାଦ କରିଛନ୍ତି । ସେଥିପାଇଁ ଧନ୍ୟବାଦ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.