୧୮ ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ, ପୁରୀ ପାଇଁ ୪ଟି ପ୍ରକଳ୍ପକୁ ଅର୍ଥ ମଞ୍ଜୁରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ସେଥିମଧ୍ୟରୁ ପୁରୀ ପାଇଁ ୪ଟି ପ୍ରକଳ୍ପକୁ ଅର୍ଥ ମଞ୍ଜୁରୀ ହୋଇଛି । ଏଥି ମଧ୍ୟରେ ରହିଛି ପୁରୀ ମନ୍ଦିର ଚାରିପାଖରେ ଐତିହ୍ୟ ସୁରକ୍ଷା କରିଡର ପାଇଁ ଅଧିଗୃହୀତ ଜମିକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳାନା କମିଟିକୁ ହସ୍ତାନ୍ତର କରାଯିବ। । ବିନା ମୂଲ୍ୟରେ ଜମି ହସ୍ତାନ୍ତର ସହ ରେକର୍ଡ ସଂଶୋଧନ ପାଇଁ କ୍ୟାବିନେଟ ଅନୁମୋଦନ । ଅବଢ଼ା ସ୍କିମରେ ପୁରୀ ଠାରେ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ ଏବଂ ଶ୍ରୀସେତୁ ସହିତ ମୂଷା ନଦୀର ପୁନରୁଦ୍ଧାର ଓ ସମ୍ପ୍ରସାରଣ କାମ ଟର୍ନକୀ କଣ୍ଟ୍ରାକ୍ଟ ମାଧ୍ୟମରେ କରିବାକୁ ନିଷ୍ପତ୍ତି ।

ସେହିପରି ୨୦୨୦-୨୧ ବର୍ଷ ଖରିଫ ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ ମଂଜୁରୀ ମିଳିଛି । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଂଜୁରୀ ଦିଆଯାଇଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଓ ମେରୁ ଜୁନ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ ।

ଏହାଛଡା ରାଜ୍ୟ କ୍ୟାବିନେଟ କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଂଜୁରୀ ଦେଇଛନ୍ତି । କୋଭିଡ ମହାମାରୀରେ ପ୍ରଭାବିତ କୃଷକମାନଙ୍କୁ ତୁରନ୍ତ ଲାଭ ପ୍ରଦାନ ପାଇଁ ଏହି ଅଧିନିୟମ ଅଣାଯିବ ।
ଏଥିସହ ଗ୍ରୀଡକୋ ଋଣ କରିବାକୁ ୨୬ ଶହ କୋଟିର ଗ୍ୟାରେଣ୍ଟିକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.