ଟ୍ରାଫିକ ଭଙ୍ଗକାରୀଙ୍କ ବିରୋଧରେ କମିଶନରେଟ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, ୧୦୨ ମାମଲା ରୁଜୁ

କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ଟ୍ରାଫିକ ଭଙ୍ଗକାରୀଙ୍କ ପାଇଁ କଡା ଆଭିମୁଖ୍ୟ । ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି X ରେ ଡିସିପି ଟ୍ରାଫିକ ପୋଷ୍ଟ କରିଛନ୍ତି ।

ଭୁବନେଶ୍ୱର : କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ଟ୍ରାଫିକ ଭଙ୍ଗକାରୀଙ୍କ ପାଇଁ କଡା ଆଭିମୁଖ୍ୟ । ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି X ରେ ଡିସିପି ଟ୍ରାଫିକ ପୋଷ୍ଟ କରିଛନ୍ତି । ଦୈତ ନଗରୀରେ ଟ୍ରାଫିକ ଭଙ୍ଗକାରୀଙ୍କ ଉପରେ କଡ଼ା ପଦକ୍ଷେପ ସ୍ୱରୁପ ୧୦୨ କେସ ଫାଇଲ କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ସିଗନାଲ ଡେଇଁବା, ଗାଡ଼ି ଚାଳନା ବେଳେ ମୋବାଇଲରେ ଗପିବା, ମଦପିଇ ଗାଡ଼ି ଚଳାଇବା ଆଦି ମାମଲା ରହିଛି । ଏହି ଟ୍ରାଫିକ ନିୟମ ଭଙ୍ଗକାରୀଙ୍କ ଗାଡ଼ି ଜବତ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେଣୁ ସୁରକ୍ଷିତ ଯାତ୍ରା ପାଇଁ ସୁରକ୍ଷିତ ଗାଡ଼ି ଚଳାଇବା ସହ ଟ୍ରାଫିକ ନିୟମ ମାନିବାକୁ ଆଜି ଶପଥ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.