ଆକାଶ ପାଠକଙ୍କ ସମ୍ପର୍କରେ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କମିଶନରେଟ ପୋଲିସ୍, ଉତ୍ତର ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଟାଟା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା କମିଶନରେଟ ପୋଲିସ୍ । ଆକାଶ ପାଠକ ଟାଟା କମ୍ପାନୀରେ କାମ କରନ୍ତି ନା ନାହିଁ, ସେନେଇ ଚିଠି ଲେଖିଛି ଖାରବେଳ ନଗର ଥାନା ପୋଲିସ । ନିଜକୁ ଟାଟା କମ୍ପାନୀର ଏମଡି କହୁଛନ୍ତି ଗିରଫ ହୋଇଥିବା ଆକାଶ ପାଠକ । ଏହାର ସତ ଜାଣିବାକୁ ଚିଠି ଲେଖାଯାଇଛି । ନିଜକୁ ଟାଟା ଏମଡ଼ି କହି ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସୀକୁ ଠକିଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା ।

ଟାଟା ପକ୍ଷରୁ ଉତ୍ତର ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ସ୍କାଏ କିଙ୍ଗର ମ୍ୟାନେଜିଂ ପାର୍ଟନର ଥିବା ପ୍ରଭାସ କୁମାର ଚୌଧୁରୀ ଠକେଇ ଅଭିଯୋଗ ଆଣିଥିଲେ । ଅଭୟ ଓ ଆକାଶ ତାଙ୍କ ଜରିଆରେ ଟ୍ରେନ୍‌, ବିମାନ ଓ ଚାର୍ଟର ପ୍ଲେନ୍‌ ଟିକେଟ ବୁକିଂ କରିଥିଲେ । ଜୁନ ମାସରୁ ୨ କୋଟି ୭୮ ଲକ୍ଷ ୩୯ ହଜାର ଚାର୍ଟର ପ୍ଲେନ୍‌ ଓ ହୋଟେଲ ବୁକିଂ କରିଥିଲେ । ଏବାବଦରେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮୫୪ ଟଙ୍କା ଦେଇଛନ୍ତି । ବାକି ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇଉନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.