ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର, ନୂଆ ପଲିସିକୁ ଗ୍ରହଣ କରନ୍ତୁ ନଚେତ ଡିଲିଟ୍ ହୋଇଯିବ ଆକାଉଣ୍ଟ

ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର। ଆଗାମୀ ବର୍ଷ କମ୍ପାନୀର ନୂଆ ପ୍ରାଇଭେସି ପଲିସି ଗ୍ରହଣ ନକଲେ ୟୁଜର ନିଜର ହ୍ବାଟସଆପ୍ ଆକାଉଣ୍ଟ ଚଳାଇ ପାରିବେ ନାହିଁ। ଯଦି ୟୁଜରଙ୍କୁ କମ୍ପାନୀର ଅପଡେଟ୍ ପଲିସି ଦ୍ବାରା କୌଣସି ଅସୁବିଧା ଥାଏ ତେବେ ସେମାନେ ଆକାଉଣ୍ଟ ଡିଲିଟ୍ କରିବା ଛଡ଼ା ଆଉ କୌଣସି ଅପ୍ସନ ରହିବ ନାହିଁ। ହ୍ବାଟସଆପର ନୂଆ ପ୍ରାଇଭେସି ପଲିସି ୮ ଫେବୃଆରୀ ୨୦୨୧ରୁ ଲାଗୁ ହେବ।

ହ୍ବାଟସଆପ୍, ନୂଆ ପ୍ରାଇଭେସି ପଲିସିର ଏକ ସ୍କ୍ରିନସଟ୍ ସେୟାର କରିଛି । ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ୟୁଜର ନୂଆ ସର୍ତ୍ତକୁ ମାନନ୍ତୁ କିମ୍ବା ନିଜର ଆକାଉଣ୍ଟକୁ ଡିଲିଟ୍ କରନ୍ତୁ। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଅପଡେଟ୍ ରେ ହ୍ବାଟସଆପ୍ ସର୍ଭିସ ସହିତ ଜଡ଼ିତ ଆହୁରି ସୂଚନା ମିଳିବ। ଏହା ସହିତ ଏଥିରେ କୁହାଯାଇଛି ଯେ, କମ୍ପାନୀ ୟୁଜର ଡାଟାକୁ କିଭଳି ପ୍ରୋସେସ୍ କରିଥାଏ।

whatsapp

ହ୍ବାଟସଆପ୍ ଦ୍ବାରା ସେୟାର କରାଯାଇଥିବା ସ୍କ୍ରିନ ସଟରେ ଏହା ମଧ୍ୟ କୁହାଯାଇଛି ଯେ, ଅପଡେଟ୍ ପଲିସି ଲାଗୁ ହେବାର ତାରିଖରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । କାରଣ କମ୍ପାନୀ ଏହାର ଘୋଷଣା ଆଗାମୀ କିଛି ସପ୍ତାହ ଭିତରେ କରିପାରେ। ହ୍ବାଟସଆପ୍, ପୂର୍ବରୁ ନିଜର ପଲିସିକୁ ପରିବର୍ତ୍ତନ କରିବାକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲା। ସେତେବେଳେ କମ୍ପାନୀ ହ୍ବାଟସଆପ୍ ୟୁଜର୍ସଙ୍କ ଡାଟା ଫେସବୁକ ସହିତ ସେୟାର କରିବା ପଲିସିକୁ ନେଇ ବିବାଦରେ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.