Below header

ଗୋଟିଏ କ୍ଲିକରେ ଜାଣିହେବ ଅପରାଧୀଙ୍କ କଳା ଇତିହାସ, କମିଶନରେଟ ପୋଲିସ ଲଞ୍ଚ୍ କଲା କୁଣ୍ଡଳୀ ଓ ସନ୍ଧାନ ଆପ୍

କେନ୍ୟୁଜ୍(ବ୍ୟୁରୋ):  ଅପରାଧୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ନୂଆ ପ୍ରୟାସ । ଅପରାଧୀଙ୍କ ତଥ୍ୟ ଦେବ କୁଣ୍ଡଳୀ ଓ ସନ୍ଧାନ ଆପ୍‌ । ଲୁଟ୍‌ ସାମଗ୍ରୀର ତଥ୍ୟ ରଖିବ । ଗୋଟିଏ କ୍ଲିକ୍‌ରେ ମିଳି ପାରିବ ପ୍ରପର୍ଟି ଅପରାଧୀ ଓ ଜବ୍‌ ପ୍ରପର୍ଟି ହିତାଧିକାରୀଙ୍କ ତାଲିକା। ଏଥିପାଇଁ ଦୁଇଟି ଟିମ ଗଠନ କରାଯାଇଛି ।

cp

କମିଶନରେଟ ପୋଲିସର ସ୍ୱତନ୍ତ୍ର ସେଲ୍‌ ଡିସିପିଙ୍କ କାର୍ଯ୍ୟାଳୟରେ ଏହା ଚାଲିବ । ଏଥିରେ ରହିବେ ବଛାବଛା ଅଫିସର । ଆଜି ଏହି ଦୁଇଟି ଆପ୍‌କୁ ଉନ୍ମୋଚନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପ୍ରଥମ ପର୍ଯ୍ୟାୟରେ ଏହି ଆପ୍‌ କମିସନରେଟ ପୋଲିସ ଭୁବନେଶ୍ଵର ସହରାଞ୍ଚଳ ପୋଲିସରେ କାର୍ଯ୍ୟକାରୀ ହେବ । ଆପ୍‌ ମାଧ୍ୟମରେ ସାଧାରଣ ଲୋକ ମଧ୍ୟ ତଥ୍ୟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.