ପିମ୍ପଲ୍ସ ସହ କେଶ ଝଡ଼ିବା ସମସ୍ୟାକୁ ଦୂର କରେ ମେଥିଦାନା, ଜାଣନ୍ତୁ

ଆଜିକାଲି କେଶ ସମସ୍ୟା ଏକ ସାଧାରଣ ସମସ୍ୟା ରୂପେ ଉଭାନ ହୋଇଛି । କ୍ଳିିନିକାଲ ହେୟାର ଟ୍ରିଟମେଣ୍ଟ ହେଉ କିମ୍ବା ଘରୋଇ ଉପଚାର ଏହାର ଫାଇଦା ବେଶି ସମୟ ପର୍ଯ୍ୟନ୍ତ କେଶ ଉପରେ ଦେଖିବାକୁ ମିଳୁନି । ତେବେ ଅନେକ ଘରୋଇ ଉପାୟ ରହିଛି ଯାହାକୁ ସଠିକ ଭାବେ ଉପଯୋଗ କଲେ ଏହାର ସୁଫଳ ଆପଣ ପାଇପାରିବେ । ଆଜି ଆମେ ତ୍ୱଚାକୁ ନେଇ ମେଥିଦାନାର ସଠିକ ଉପଯୋଗ ସମ୍ପର୍କରେ କହିବାକୁ ଯାଉଛୁ। ତେବେ ଚାଲନ୍ତୁ ଜାଣିବା ।

ମେଥିଦାନାରେ ୩୫ ଗ୍ରାମ କ୍ୟାଲୋରୀ, ୩ ଗ୍ରାମ ଫାଇବର, ୩ ଗ୍ରାମ ପ୍ରୋଟିନ, ୬ ଗ୍ରାମ କାବର୍ସ, ୧ ଗ୍ରାମ ଫ୍ୟାଟ, ଆଇରନ, ମାଙ୍ଗାନିଜ, ଥାୟାମିନ, ରାଇବୋଫ୍ଲୋବିନ , ନିୟାସିନ , ଫଲିକ ଏସିଡ , ଭିଟାମିନ ଏ-ସି ଭଳି ଗୁଣ । ଯାହା ଶରୀର ସହ ତ୍ୱଚା ତଥା କେଶକୁ ସୁରକ୍ଷା ଦେଇଥାଏ ।

– କେଶ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ମେଥିଦାନାର ବ୍ୟବହାର ସବୁଠୁ ବେଷ୍ଟ ହୋଇଥାଏ । ଏହାକୁ ନଡ଼ିଆ ତେଲରେ ବତୁରାଇ ଏହି ତେଲକୁ କେଶରେ ମାଲିସ କରିବା ଦ୍ୱାରା ମୁଣ୍ଡକୁ ଆରାମ ମିଳିଥାଏ । ଏହାକୁ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ।

– ମୁହଁରେ ଦାଗ ହୋଇଥିଲେ ମେଥିଦାନାର ପାଣିକୁ ବ୍ୟବହାର କରିପାରିବେ । ପାଣିରେ ୫ ଚାମଚ ମେଥି ଦାନାକୁ ବତୁରାଇ ଏହି ପାଣିକୁ ଦିନକୁ ୩-୪ଥର ମୁହଁ ଧୁଅନ୍ତୁ । ଦେଖିବେ ମୁହଁର ସମସ୍ତ ଦାଗ ହଟିଯିବ ।

– ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣା ହୋଇଥାଏ । ଏହି ସମୟରେ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମେଥିଦାନା ବ୍ୟବହାର କରିପାରିବେ । ୩ ଗ୍ରାମ ମେଥି ଗୁଣ୍ଡକୁ ସକାଳ ସନ୍ଧ୍ୟା ସମୟରେ ପାଣିରେ ସେବନ କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.