ବାପାଙ୍କୁ ଜାମିନ କିନ୍ତୁ ପୁଅ ମୁକୁଳିବେ ନାହିଁ, ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ମିଳିଲା ଜାମିନ୍‌

କେନ୍ୟୁଜ୍(ବ୍ୟୁରୋ):  ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ମିଳିଲା ଜାମିନ୍‌ । ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ । ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ନେଇ ବୈଦନାଥପୁର ଥାନାରେ ରୁଜୁ ମାମଲାରେ ଅଭୟକାନ୍ତଙ୍କୁ ଜାମିନ ମିଳିଛି । ୨ ଲକ୍ଷ ଟଙ୍କିଆ ଦୁଇ ଜଣ ଜାମିନଦାର୍‌ ବଦଳରେ ଜେଲରୁ ମୁକୁଳିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ଅଭୟକାନ୍ତ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏହି ମାମଲାରେ ପୂର୍ବରୁ ଗୋପାଳପୁର ବିଧାୟକଙ୍କୁ ଜାମିନ ମିଳି ସାରିଛି । ତେବେ ଅଭୟ ପାଠକ ପୂର୍ବରୁ ତିନିଟି ମାମଲାରେ ଜାମିନ ପାଇ ସାରିଛନ୍ତି । ଫଳରେ ସେ ଜେଲରୁ ମୁକୁଳିବା ପାଇଁ ବାଟ ଫିଟିଛି ।

ଅଭୟକାନ୍ତ ପାଠକଙ୍କୁ ସିନା ଜାମିନ ମିଳିବ କିନ୍ତୁ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିପାରିନାହିଁ ।  ଟାଟା କମ୍ପାନୀରେ ଚାକିର କରାଇଦେବା ନାଁ ରେ ଠକେଇ ଘଟଣାରେ ଆକାଶ ପାଠକଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ।କ୍ରାଇମବ୍ରାଞ୍ଚ ଦ୍ୱାରା ଦାୟର କରାଯାଇଥିବା ମାମଲାରେ ଜାମିନ ଆବେଦନ ଖାରଜ।ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ଥିବା ଅଭୟ ପାଠକ ଓ ସର୍ବେଶ୍ୱର ରାଓ ଙ୍କୁ ଜାମିନ ମିଳିଥିବା ବେଳେ ଆକାଶଙ୍କୁ ନିରାଶ ହେବାକୁ ପଡିଛି। ଅନ୍ୟ ତିନୋଟି ମାମଲାରେ ଆକାଶ ଙ୍କୁ ଜାମିନ ମିଳିଥିବା ବେଳେ ଏହି ମାମଲାରେ ଜାମିନ ଖାରଜ ହେବାରୁ ଏବେ ଜେଲ ରୁ ମୁକୁଳିବା ଆଶା ମଉଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.