ଭୁବନେଶ୍ୱର ଜେଲରେ ହେବ କମ୍ୟୁନିଟି ରେଡ଼ିଓ ଷ୍ଟେସନ, ତିହାର ପରେ ଭୁବନେଶ୍ୱର ହେବ ଦ୍ୱିତୀୟ ଜେଲ

ଭୁବନେଶ୍ୱର(କେନ୍ୟୁଜ) : କଏଦୀ ହେବେ ରେଡ଼ିଓ ଜକି । ଜେଲ୍ ସଂସ୍କାର କାର୍ଯ୍ୟକ୍ରମରେ ଆଉ ପାଦେ ଆଗକୁ ବଢିଲା ଓଡ଼ିଶା । ଖୁବ୍ଶୀଘ୍ର ଭୁବନେଶ୍ୱର ଜେଲରେ ହେବ କମ୍ୟୁନିଟି ରେଡ଼ିଓ ଷ୍ଟେସନ । ଏଥିପାଇଁ ପ୍ରସ୍ତୁତି ଜୋର୍ ସୋର୍ରେ ଚାଲିଛି । ଜେଲରେ ରେଡ଼ିଓ ଷ୍ଟେସନ ପ୍ରତିଷ୍ଠା କ୍ଷେତ୍ରରେ ଦିଲ୍ଲୀର ତିହାର ଜେଲ୍ ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲ୍ ହେବ ଦ୍ୱିତୀୟ ।

ଜେଲରେ କଏଦୀଙ୍କ ମନୋରଞ୍ଜନ ଓ ଦୁଶ୍ଚିନ୍ତାରୁ ଦୂର ପାଇଁ ଏହା ସହାୟକ ହେବ । କଏଦୀଙ୍କ ପାଇଁ ଶିକ୍ଷା ସଚେତନତା ଏହି ରେଡିଓରେ ଦିଆଯିବ । ନିଜ ମନ ପସନ୍ଦର ଗୀତ ମଧ୍ୟ ଶୁଣି ପାରିବେ କଏଦୀ ।

ଏହା ସହ ଜେଲ୍ ବିଭାଗ ଅନେକ ସଂସ୍କାର ମୂଳକ କାର୍ଯକ୍ରମ ହାତକୁ ନେଇଛନ୍ତି । ଜେଲରୁ ବାହାରି କଏଦୀଙ୍କୁ ଜୀବିକା ଭାବରେ ବାଛିବାକୁ ସହାୟକ ହେବ । ଜେଲ୍ ଡିଜି ମନୋଜ ଛାବ୍ରାଙ୍କ ସହ ଅଧିକ ଆଲୋଚନା କରିଛନ୍ତି କଳିଙ୍ଗ ଟିଭି ପ୍ରିନ୍ସିପାଲ୍ କରେସପଣ୍ଡେଣ୍ଟ ପି. ହେମନ୍ତ କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.