ବିବାହର ୭ବର୍ଷ ପରେ ପତ୍ନୀକୁ ପ୍ରତାରଣା କଲା ସ୍ୱାମୀ, ଶେଷରେ ଶାଶୂଘର ଆଗରେ ବୋହୂର ମାନ୍ୟତା ଦାବିରେ ଧାରଣା

ବେଗୁନିଆ (କେନ୍ୟୁଜ): ପ୍ରଥମେ ପ୍ରେମ ଓ ବିବାହ। ଏକାଠି ସାତବର୍ଷ ରହିବା ପରେ ଶେଷରେ ପତ୍ନୀକୁ ପ୍ରତାରଣା କରି ସ୍ୱାମୀ ଫେରାର। ଶେଷରେ ପତ୍ନୀର ମାନ୍ୟତା ଦାବିରେ ଶାଶୂଘର ଆଗରେ ମହିଳାଙ୍କ ଧାରଣା। ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବାଘମାରିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୨୦୧୬ରେ ଅନୁଗୁଳ ଅଞ୍ଚଳର ପିଙ୍କିଙ୍କୁ ବାଘମାରୀର ଅଶୋକ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ।
ବିବାହ ପରେ ପିଙ୍କିଙ୍କୁ ନିଜ ଘରକୁ ନନେଇ ଭୁବନେଶ୍ୱରରେ ରହୁଥିଲେ ଅଶୋକ। କିନ୍ତୁ ଚଳିତ ବର୍ଷ ଜୁଲାଇ ମାସରୁ ପିଙ୍କିଙ୍କୁ ଛାଡ଼ି ଅଶୋକ ଫେରାର ହୋଇଯାଇଛନ୍ତି। ଏନେଇ ସେ ବାଘମାରୀରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ। କିନ୍ତୁ ପୋଲିସ ତାଙ୍କୁ ବୁଝାସୁଝା କରି ସ୍ୱଧାର ଗୃହରେ ଛାଡ଼ି ଦେଇଥିଲେ। ପରେ କିନ୍ତୁ କିଛି ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ପତ୍ନୀର ମାନ୍ୟତା ଦାବି କରି ପୁଣି ଶାଶୂଘର ଆଗରେ ଧାରଣାରେ ବସିଛନ୍ତି। ସେପଟେ ପିଙ୍କି ଧାରଣାରେ ବସିବା ପରେ ଅଶୋକଙ୍କ ପରିବାର ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି।