କ୍ୟାପିଟାଲ ହସ୍ପିଟାଲରେ ତୁମୁଳକାଣ୍ଡ, କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଫାଟକରେ ତାଲା

ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ତୁମୁଳକାଣ୍ଡ। କ୍ୟାପିଟାଲ ହସ୍ପିଟାଲରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଫାଟକରେ ତାଲା ପକାଇଛନ୍ତି ସଂପର୍କୀୟ ଓ ହସପିଟାଲ କର୍ମୀ। ଗତକାଲି ରାତିରେ ହସ୍ପିଟାଲର କର୍ମଚାରୀ ଅନୁପମା ନାୟକଙ୍କ ହୃଦଘାତ ହୋଇଥିଲା। ପରିବାରବର୍ଗ ତାଙ୍କୁ ନେଇ ଡାକ୍ତରଖାନା ଆସିବା ସହ ଆଇସିୟୁରେ ଭର୍ତ୍ତି କରିବାକୁ କହିଥଲେ। ହେଲେ ତାଙ୍କୁ ଆଇସିୟୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପ୍ରତିବାଦରେ ହସ୍ପିଟାଲ କର୍ମଚାରୀ ଓ ପରିବାର ଲୋକେ ଧାରଣାରେ ବସିଥିଲେ। ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟଳୟ ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି। ଏଥିରେ ଦାୟୀ ଥିବା କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସେ କହିଥଛନ୍ତି। ନିର୍ଦ୍ଦେଶକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.