ଉଦ୍ଧାର ଶିଶୁ କନ୍ୟା କାହା ପାଖକୁ ଯିବ? ପାଳିତ ମା ଓ ଜନ୍ମକଲା ମାଙ୍କ ମଧ୍ୟରେ ଉପୁଜିଛି ଦ୍ୱନ୍ଦ୍ୱ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ପଳାଶୁଣି ମୁଣ୍ଡା ସାହିରୁ ଶିଶୁ କନ୍ୟା ଉଦ୍ଧାର । ଚାଇଲ୍ଡ ଲାଇନ ଓ ପୋଲିସର ସହାୟତାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ତେବେ ଝିଅକୁ ନେଇ ପାଳିତ ମା ଓ ଜନ୍ମକଲା ମାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି। ୯ବର୍ଷର ଝିଅକୁ ପାଇବାକୁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଉଦ୍ୟମ ଚାଲିଛି । ମଞ୍ଚେଶ୍ୱର ଥାନା ପୋଲିସ ଝିଅକୁ ଉଦ୍ଧାର କରିଥିଲା । ଏହାପରେ ଶିଶୁ କନ୍ୟାକୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।

ଆସନ୍ତାକାଲି ଅତିରିକ୍ତ ଶିଶୁ ସୁରକ୍ଷା ଆୟୋଗର ଫୁଲ୍‌ ବେଞ୍ଚରେ ଶିଶୁକୁ ନେଇ ନିଷ୍ପତ୍ତି ନିଆଯିବ । ଅଭିଯୋଗ ଅନୁଯାୟୀ, ଆଖଣ୍ଡଳମଣି ବସ୍ତିର ସନ୍ତୋଷ ପ୍ରଧାନ ଓ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ୯ ବର୍ଷର ଝିଅ ବାବୁଲା ବିଶୋୟୀଙ୍କ ଘରେ ରହୁଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ଆଉ ଝିଅକୁ ନ ଛାଡ଼ିବାରୁ ସନ୍ତୋଷ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଡିସିପିଙ୍କ ଅଫିସକୁ ମଧ୍ୟ ଫେରାଦ ହେବାକୁ ଯାଇଥିଲେ । ଚାଇଲଡ ଲାଇନକୁ ମଧ୍ୟ ଜଣାଇଥିଲେ । ପୋଲିସ ଓ ଚାଇଲଡ୍‌ ଲାଇନ ଟିମ୍‌ ଆଜି ବସ୍ତିରେ ପହଞ୍ଚି ଝିଅକୁ ଉଦ୍ଧାର କରିିଛି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.