ଆଜି ହିଁ ବନାନ୍ତୁ ପଞ୍ଜାବୀ ଭେଣ୍ଡି ମସଲା, ଥରେ ଖାଇଲେ ହୋଇଯିବେ ଏକଦମ ଖୁସ

ଆବଶ୍ୟକୀୟ ସାମଗ୍ରୀ
- ଭେଣ୍ଡି
- ଟମାଟୋ
- ପିଆଜ
- ଅଦା ରସୁଣ ପେଷ୍ଟ
- ଜିରା
- ହଳଦୀ ଗୁଣ୍ଡ
- ଲଙ୍କାଗୁଣ୍ଡ
- ଧନିଆ ଗୁଣ୍ଡ
- ଜିରା ଗୁଣ୍ଡ
- ଆମଚୁର ପାଉଡର
- ଚାଟ ମସଲା
- ଗରମ ମସଲା
- କସୁରି ମେଥି
- ତେଲ
- ଲୁଣ ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପ୍ୟାନ ଗମ କରି ସେଥିରେ ଅଳ୍ପ ତେଲ ଗରମ କରନ୍ତୁ । ତାପରେ ସେଥିରେ ଭେଣ୍ଡିକୁ କାଟି 10 ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଫ୍ରାଏ କରିଦିଅନ୍ତୁ । ଭେଣ୍ଡି ଭଲଭାବେ ଫ୍ରାଏ ହୋଇଗଲା ପରେ ତାକୁ କାଢି ବଳକା ତେଲରେ ପ୍ରଥମେ କିଛି ଜିରା ଫୁଟାନ୍ତୁ । ତାପରେ ସେଥିରେ ପିଆଜ ପକାଇ ଭାଜନ୍ତୁ । ବର୍ତ୍ତମାନ ସେଥିରେ ଅଦା ରସୁଣ ପେଷ୍ଟ ପକାଇ କଶନ୍ତୁ । ତାପରେ ସେଥିରେ ଟମାଟୋ ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ବର୍ତ୍ତମାନ ଏଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ , ଧନିଆ ଗୁଣ୍ଡ , ଜିରାଗୁଣ୍ଡ, ଗରମ ମସଲା, ଚାଟ ମସଲା, ଆମଚୁର ପାଉଡର, କସୁରି ମେଥି ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ମସଲା ଭଲଭାବେ ଭାଜି ହୋଇଗଲା ପରେ ସେଥିରେ ଭଜା ଭେଣ୍ଡି ପକାଇ 10 ମିନିଟ ପର୍ଯ୍ୟନ୍ତ କଶନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଭେଣ୍ଡି ମସଲା । ଏହାକୁ ଆପଣ ଗରମାଗରମ ରୋଟୀ ସହିତ ଖାଇପାରିବେ ।