ରାଜ୍ୟରେ ପୁଣି କ୍ଷଣତାକୁ ଫେରିବ କଂଗ୍ରେସ: ସୁସ୍ମିତା ଦେବ

ରାଜ୍ୟରେ ପୁଣି କ୍ଷମତାକୁ ଫେରିବ କଂଗ୍ରେସ। ୧୯ବର୍ଷର ଶାସନରେ ରାଜ୍ୟବାସୀ ଅତିଷ୍ଠ ହୋଇପଡ଼ିଲେଣି। ଲୋକେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ। ଭୁବନେଶ୍ୱର ଠାରେ ଅନୁଷ୍ଠିତ ପ୍ରଦେଶ ମହିଳା କଂଗ୍ରେସର କାର୍ୟ୍ୟକାରିଣୀ ବୈଠକରେ ଯୋଗ ଦେଇ ସେ ଏହା କହିଛନ୍ତି। ବୈଠକରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି ।
ମହିଳା ଭୋଟ୍ ବ୍ୟାଙ୍କକୁ ହାତେଇବା ପାଇଁ ମହିଳା କଂଗ୍ରେସ ପକ୍ଷରୁ ଏହି ଉଦ୍ୟମ କରାଯାଉଥିବା କୁହାଯାଉଛି । ମହିଳାଙ୍କୁ ନିର୍ବାଚନରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ପ୍ରସ୍ତାବ ରଖାଯାଇଛି । ମଦମୁକ୍ତ ଓଡ଼ିଶା ଓ ମହିଳା ସଶକ୍ତୀକରଣ ନେଇ ଆଲୋଚନା କରାଯାଉଛି। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଓ ମହିଳା କଂଗ୍ରେସର ଅନ୍ୟ କାର୍ୟ୍ୟକର୍ତ୍ତା ଉପସ୍ଥିତ ଅଛନ୍ତି।