କେଜିଏଫ୍ ସୁପରଷ୍ଟାରଙ୍କ ପାଇଁ ଦେହରେ ନିଆଁ ଲଗାଇଲେ ଫ୍ଯାନ୍ , ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ (କେନ୍ୟୁଜ) : ଚଳିତ ବର୍ଷ ରିଲିଜ୍ ହୋଇଥିବା କେଜିଏଫ୍ ଫିଲ୍ମ ବକ୍ସଅଫିସରେ ବେଶ୍ ଚର୍ଚ୍ଚିତ ରହିଛି। ଏନେଇ ଫିଲ୍ମରେ ନାୟକ ଭୁମିକାରେ ଅଭିନୟ କରିଥିବା ୟସଙ୍କ ଲୋକପ୍ରିୟତା ବେଶ୍ ବଢ଼ିଥିଲା। ଜଣେ ଫ୍ୟାନ୍ ଆତ୍ମହତ୍ୟ ଉଦ୍ୟମ କରିଥିବାକ ବେଳେ ଏବେ ଡାକ୍ତରଖାନାରେ ଜୀବନମରଣ ସହ ଲଢୁଛନ୍ତି ପୀଡ଼ିତ। ତେବେ କାହିଁକି ଏପରି ହେଲା ତାହା ଶୁଣି ଆପଣ ଅଶ୍ଚର‌୍ୟ୍ୟ ହୋଇଯିବେ।

ସୂଚନା ଅନୁଯାୟୀ, ଜାନୁଆରୀ ମାସ ୮ ତାରିଖ ଦିନ ସୁପରଷ୍ଟାର ୟସ୍ ୩୩ ବର୍ଷର ହୋଇଛନ୍ତି। ତାଙ୍କ ଜନ୍ମ ଦିନ ପାଳନ କରିବା ନେଇ ତାଙ୍କ ଫ୍ୟାନ୍ସ ସୋସିଆଲ ମିଡ଼ିଆରେ ଅନେକ ପୋଷ୍ଟ କରିଥିଲେ। ୨୦୧୮ ଶେଷରେ ତାଙ୍କର ଜଣେ ଗୁରୁ ତଥା ବରିଷ୍ଠ ଅଭିନେତା ଡ. ଅମ୍ବ୍ରିସଙ୍କ ମୃତ୍ୟୁ ହୋଇଥିବାରୁ ସେ ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ତେବେ ଏହି ପୋଷ୍ଟ ୟସଙ୍କ ଫ୍ୟାନ୍ସଙ୍କ ମନ ଫିକା ପଡିଯାଇଥିଲା ।

yash 2

ବେଙ୍ଗାଲୁରୁରେ ଏକ ଲୁଗାଦୋକାନରେ କାମ କରୁଥିବା ରବି(୨୬) ୟସଙ୍କର ଜଣେ ବଡ ଫ୍ୟାନ । ୟସ୍ ଚଳିତ ବର୍ଷ ତାଙ୍କ ଜନ୍ମ ଦିନ ପାଳନ କରୁନଥିବାରୁ ସେ ବହୁତ ଦୁଃଖିତ ହେବା ସହ ଜନ୍ମ ଦିନରେ ତାଙ୍କ ବାସ ଘରକୁ ଭେଟିବାକୁ ଯାଇଥିଲେ। କିନ୍ତୁ ୟସ୍ କାହାକୁ ଦେଖାକରିବାକୁ ମନା କରିବାରୁ ସେ ନିରାଶ ହୋଇ ସେଠାରୁ ଫେରି ଯାଇଥିଲେ । ଏହାପରେ ନିଜ ଦେହରେ ପେଟ୍ରୋଲ ଢାଳୀ ନିଆଁ ଲଗାଇଦେଇଥିଲେ ।

Yash (1)

ତେଣୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଭିକ୍ଟୋରିଆ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କ ଶରୀର ପାଖାପାଖି ୭୦ ଭାଗ ଜଳିଯାଇଥିଲା । ଏଣୁ ସେ ଏବେ ମୃତ୍ୟୁ ସହିତ ଲଢୁଥିବା ବେଳେ ଏବେ । ଶେଷ ସମୟରେ ଡାକ୍ତର କେଟି ରମେଶ କାହିଁକି ଏମିତି କଲ ଆଉ ତମର ଶେଷ ଇଚ୍ଛା କଣ ପଚାରିବାରୁ ସେ ତାଙ୍କୁ ସୁପରଷ୍ଟାର ୟସ୍ ଆସି ଭେଟନ୍ତୁ ବୋଲି କହିଥିଲେ । କିନ୍ତୁ ୟସ୍ ଏନେଇ କୈାଣସି ମନ୍ତବ୍ୟ ନଦେଇ ଏପରି ନକରିବାକୁ ଫ୍ୟାନ ମାନଙ୍କୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.