Below header

୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ଇସ୍ତାହାର ଘୋଷଣା, ଓଡ଼ିଶାବାସୀଙ୍କ ପାଇଁ ୯ ଗ୍ୟାରେଣ୍ଟି ଓ ୯୦ ସଂକଳ୍ପ

୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ଇସ୍ତାହାର ଘୋଷଣା। ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କ ପାଇଁ ୯ ଗ୍ୟାରେଣ୍ଟି ।

ଭୁବନେଶ୍ୱର : ୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ଇସ୍ତାହାର ଘୋଷଣା। ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କ ପାଇଁ ୯ ଗ୍ୟାରେଣ୍ଟି । ବୋନସ୍ ସହ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା , କୃଷି ଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ପେନସନ୍ ୨ ହଜାର ଟଙ୍କା ମିଳିବ ବୋଲି କଂଗ୍ରେସ ଇସ୍ତାହାରରେ ରହିଛି ।

ସେହିପରି ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ୨ ଶହ ୟୁନିଟ୍ ବିଦ୍ୟୁତ ଦେୟ ଛାଡ଼ କରାଯିବ। ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରି ଭତ୍ତା ମାସିକ ୩ ଶହ ଟଙ୍କା ଓ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମହିଳା ମୁଖ୍ୟଙ୍କୁ ୨ ହଜାର ଟଙ୍କା ଭତ୍ତା, ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ସିଲିଣ୍ଡର ମିଳିବ ।

ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଯାଏ ସରକାରୀ ଓ ବେସକାରୀ ହସପିଟଲାରେ ମାଗଣା ଚିକିତ୍ସା । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା ଦେବ । କ୍ଷମତାକୁ ଆସିବାର ଶହେ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତ୍ତିକ- ସାମାଜିକ ଓ ଆର୍ଥିକ ସର୍ଭେ ଆରମ୍ଭ କରାଯିବ । ଅନୂସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହ ୧ କେଜି ଡାଲି, ଲୁଣ, ଲିଟର ତେଲ ଓ ୨୫୦ ଗ୍ରାମ ହଳଦୀ ଦିଆଯିବ । ସରକାରକୁ ଆସିଲେ ଇସ୍ତାହାରକୁ କାର୍ଯ୍ୟକାରୀ କରାଯିବ ବୋଲି କଂଗ୍ରେସ ଗ୍ୟାରେଣ୍ଟି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.