Below header

ବେଆଇନ ବାର୍‌କୁ ସୁରକ୍ଷା ଦେଉଥିଲେ କନେଷ୍ଟବଳ ସଂଘର ସଭାପତି ପ୍ରସନ୍ନ ବେହେରା, ହୋଟେଲ ମାଲିକ ସମେତ ୩ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ବେଆଇନ ଭାବେ ବାର୍‌ ଚଳାଇବା ମହଙ୍ଗା ପଡ଼ିଲା । ଭୁବନେଶ୍ୱର ପାତ୍ରପଡ଼ା ସାଉଥ ସିଟି ହୋଟେଲ ମାଲିକଙ୍କ ସମେତ ୩ ଗିରଫ । ଆଜି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା, ମ୍ୟାନେଜର ସୌଭିକ ଜେନା ଓ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ତମାଣ୍ଡୋ ଥାନା ପୋଲିସ କରାଯାଇଛି । ଗତକାଲି ସେମାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଥିଲା । ଭୁବନେଶ୍ୱର କମିସନରେଟ ପୋଲିସର ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ପ୍ରସନ୍ନ ବେହେରା। ଏହି ଘଟଣାରେ ଗତକାଲି ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିଲା ।

ଗତ ସେପ୍ଟେମ୍ବରରୁ ସରିଥିଲା ବାରର୍‌ ଲାଇସେନ୍‌ସ ଅବଧି। ତଥାପି ବେଧଡକ ଭାବେ ବିଳମ୍ବିତ ରାତିଯାଏ ଖୋଲୁଥିଲା ବାର୍‌। ଉଡୁଥିଲା ପୁଳା ପୁଳା ଟଙ୍କା, ଝୁମୁଥିଲେ ଗ୍ରାହକ। କୋଭିଡ କର୍ଫ୍ୟୁର ଉଲ୍ଲଂଘନ ସହ ଅବକାରୀ ଆଇନ ଅନୁଯାୟୀ ଥାନାରେ ରୁଜୁ ହୋଇଥିଲା। ଗତକାଲି ହୋଟେଲ ସାଉଥ ସିଟିରେ ଚଢଉ ବେଳେ ବହୁ ଦାମୀ ମଦ ସହ ପୁଳା ପୁଳା ନକଲି ଟଙ୍କା ଜବତ ହୋଇଥିଲା । ଭୁବନେଶ୍ୱର ଇନଫୋସିଟି ଥାନାରେ ରୁଜୁ ହୋଇଥିଲା ମନୀଷ ଅନୁରାଗ ହତ୍ୟା ମାମଲା। ମନୀଷ ଶେଷଥର ପାତ୍ରପଡା ସାଉଥସିଟି ହୋଟେଲରେ ସାଙ୍ଗଙ୍କ ସହ ଦେଖାଯାଇଥିଲେ। ତଦନ୍ତ ବେଳେ ଗତ ୯ ଓ ୧୦ରାତିଖ ରାତିରେ ବି ବିଳମ୍ବିତ ରାତିଯାଏ ହୋଟେଲ ଖୋଲା ଥିବା ଜଣାପଡ଼ିଥିଲା। ଏହି ମାମଲାର ତଦନ୍ତ ବେଳେ ହୋଟେଲ ସାଉଟ ସିଟି ବିଳମ୍ବିତ ରାତି ଯାଏ ଚାଲୁଥିବା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.