ଆଜି ପ୍ରଭାସଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ‘ରାଧେଶ୍ୟାମ୍‌’ର ଟିଜର, ଦେଖନ୍ତୁ ଫାଷ୍ଟ ଲୁକ୍‌

ପ୍ରଭାସଙ୍କ ଫ୍ୟାନ୍‌ମାନଙ୍କର ଆଜି ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ସାଉଥ୍‌ ଷ୍ଟାର ପ୍ରଭାସଙ୍କ ରୋମାଣ୍ଟିକ୍‌ ଫିଲ୍ମ ‘ରାଧେଶ୍ୟାମ’ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି। ଫିଲ୍ମର ଟିଜର ରିଲିଜ୍‌ ହେଉ ହେଉ ଫ୍ୟାନ୍‌ମାନେ ଏହାକୁ ଭାଇରାଲ କରିବା ଆରମ୍ଭ ଦେଇଛନ୍ତି। ଟିଜରରେ ପ୍ରଭାସ ଏକ ‘ପହେଲି’ ମାଧ୍ୟମରେ ତାଙ୍କ ଚରିତ୍ର ବିଷୟରେ ସୂଚନା ଦେଇଛନ୍ତି। ଟିଜରରୁ ସ୍ପଷ୍ଟ ହୋଇଛି ଯେ ଫିଲ୍ମରେ ପ୍ରଭାସ ଜଣେ ହସ୍ତରେଖାବିତ୍‌ ଭୂମିକାରେ ଅଭିନୟ କରୁଛନ୍ତି। ଏହା ପୂର୍ବରୁ କେବେ ବି ପ୍ରଭାସଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳି ନାହିଁ। ଏହା ପ୍ରଭାସଙ୍କ ପାଇଁ ମଧ୍ୟ ଏକ ଭିନ୍ନ ଅନୁଭବ ବୋଲି ସେ କହିଛନ୍ତି। ପ୍ରଭାସଙ୍କ ଜନ୍ମଦିନରେ ତାଙ୍କ ଫିଲ୍ମର ଟିଜର ରିଲିଜ୍‌ ହେବାରୁ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ରାଧେଶ୍ୟାମରେ ପ୍ରଭାସ ପୁଣିଥରେ ରୋମାଣ୍ଟିକ୍‌ ମୋଡ୍‌ରେ ନଜର ଆସିବେ।

 

View this post on Instagram

 

A post shared by Prabhas (@actorprabhas)


କିଛି ଦିନ ପୂର୍ବରୁ ଏକ ସ୍ୱତନ୍ତ୍ର ପୋଷ୍ଟ ଲଞ୍ଚ୍‌ କରାଯାଇଥିଲା। ତା’ ପୂର୍ବରୁ ତାଙ୍କ କୋ-ଷ୍ଟାର ପୂଜା ହେଗଡେଙ୍କ ଜନ୍ମଦିନରେ ମଧ୍ୟ ଫିଲ୍ମର ଏକ ପୋଷ୍ଟର ସାମ୍ନାକୁ ଆସିଥିଲା। ପୂଜା ଓ ପ୍ରଭାସଙ୍କ ଯୋଡ଼ିକୁ ଫ୍ୟାନ୍‌ମାନେ ମଧ୍ୟ ବେଶ୍‌ ପସନ୍ଦ କରୁଛନ୍ତି। ଉଭୟଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ଫ୍ୟାନ୍‌ମାନେ ଦୀର୍ଘଦିନ ହେଲାଣି ଅପେକ୍ଷା କରିଥିଲେ। ଏହି ଫିଲ୍ମ ୧୪ ଜାନୁଆରୀ ୨୦୨୨ରେ ପରଦାକୁ ଆସିବ। ରାଧେଶ୍ୟାମ୍‌ ଏକାଧିକ ଭାଷାରେ ରିଲିଜ୍‌ ହେବ। ଏହି ଫିଲ୍ମ ଗୁଲସଲ କୁମାର ଓ ଟି-ସିରିଜ୍‌ ପକ୍ଷରୁ ତିଆରି ହୋଇଛି। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣ କୁମାର।

ସୂଚନାଯୋଗ୍ୟ ଯେ ଆଜି ପ୍ରଭାସଙ୍କ ଜନ୍ମଦିନରେ ତାଙ୍କ ବ୍ଲକ୍‌ ବଷ୍ଟର ଫିଲ୍ମ ‘ମିର୍ଚ୍ଚି’ ତେଲୁଗୁ ରାଜ୍ୟଗୁଡ଼ିକର ଫିଲ୍ମ ହଲ୍‌ରେ ପୁଣିଥରେ ରିଲିଜ୍‌ ହୋଇଛି। ପ୍ରଭାସଙ୍କର ଏହି ଫିଲ୍ମ ୮ ବର୍ଷ ତଳେ କୋରାତାଲା ଶିବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ୟୁବି କ୍ରିଏସନ୍ସ ଦ୍ୱାରା ତିଆରି ହୋଇଥିଲା। ସେତେବେଳେ ଫିଲ୍ମଟି ସୁପର ଡୁପର ହିଟ୍‌ ହୋଇଥିଲା ଓ ଏହା ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ଫ୍ୟାନ୍‌ମାନେ ୮ ବର୍ଷ ପରେ ବି ପ୍ରଭାସଙ୍କର ଏହି ଫିଲ୍ମ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ସାଉଥ୍‌ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ହିରୋମାନଙ୍କ ମଧ୍ୟରୁ ପ୍ରଭାସ ଅନ୍ୟତମ। ଫ୍ୟାନ୍‌ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ଖୁବ୍‌ ଭଲ ପାଇବା ଦେଇଥାନ୍ତି। ତାଙ୍କ ଫିଲ୍ମ ବାହୁବଳୀ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମ ପରେ ପ୍ରଭାସଙ୍କ ଫ୍ୟାନ୍‌ ଫଲୋୟର୍ସ ସଂଖ୍ୟା ଦୁଇଗୁଣ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଦକ୍ଷିଣ ଭାରତୀୟ ସିନେ ଜଗତ ବ୍ୟତୀତ ବି-ଟାଉନ୍‌ର ବି ଅନେକ କଳାକାର ପ୍ରଭାସଙ୍କ ଆକ୍ଟିଂର ଦିଓ୍ଵାନା। ଖୁବ୍‌ ଶୀଘ୍ର ବଲିଉଡ୍‌ର କେତେକ ବଡ଼ ବଡ଼ ହିରୋଇନ୍‌ ପ୍ରଭାସଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି।

ଏସବୁ ଫିଲ୍ମରେ ବି ନଜର ଆସିବେ ପ୍ରଭାସ:

ପ୍ରଭାସଙ୍କ ହାତରେ ଏବେ ଅନେକ ଗୁଡ଼ିକ ଫିଲ୍ମ ରହିଛି। ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ସହ ପ୍ରଭାସ ଏକ ବିଜ୍ଞାନ-ଫାଇ ଫିଲ୍ମରେ କାମ କରୁଛନ୍ତି। କିନ୍ତୁ ଏବେ ଯାଏଁ ଏହି ଫିଲ୍ମର ନାଁ ସାମ୍ନାକୁ ଆସିନାହିଁ। ଏହି ଫିଲ୍ମରେ ପ୍ରଭାସଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଦୀପିକା ପାଦୁକୋନ୍‌ ଓ ଅମିତାଭ ବଚ୍ଚନ। ସେ ଆଦିପୁରୁଷରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ଓମ୍‌ ରାଉତ ନିର୍ଦ୍ଦେଶନା ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.