ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍‌

ରାଉରକେଲା (କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ରିଜର୍ଭ ପୋଲିସ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଚଢାଉ ଚାଲିଛି। ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ଚାଲିଛି।

ରାଉରକେଲା ଛେଣ୍ଡ କଲୋନୀସ୍ଥିତ ଶ୍ୱଶୁର ଘର, ବାରିପଦା କ୍ୱାର୍ଟର, ଭଞ୍ଜପୁର ସ୍ଥିତ ନିଜ ଘର, ବଡସାହି ପୈତୃକ ଘର, ଅମ୍ବିକା ସାହି ସ୍ଥିତ ଦୋକାନ ଘର ଓ ବଡସାହି ସ୍ଥିତ ଗ୍ୟାସ ଗୋଦାମରେ ଚଢାଉ କରାଯାଇଛି। ଚଢାଉରେ କଟକ ସେଲ୍‌ର ୩୫ଜଣିଆ ଟିମ୍‌ ସାମିଲ ହୋଇଛନ୍ତି। ଚଡାଉ ଜାରି ରହିଥିବାରୁ ଏ ପର୍ଯ୍ୟନ୍ତ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇନାହିଁ।