Below header

କରଞ୍ଜିଆକୁ ପୁଣି ଫେରିଲେ ୬ ଟିକିଆ ହାତୀପଲ, ଘର ଭାଙ୍ଗିବା ସହ ଖେଳାଇଛନ୍ତି ଆତଙ୍କ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆକୁ ପୁଣି ଫେରିଲେ ୬ ଟିକିଆ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ରରୁଆ ବ୍ଲକ ତାଳବେରିଆ ଗାଁର ଶ୍ରୀକାନ୍ତ ମାହାନ୍ତଙ୍କ ଘର ଭାଙ୍ଗି ଦେଇଛନ୍ତି । ୩ ଦିନ ତଳେ ହାତୀପଲ ଏହି ଘରକୁ ଭାଙ୍ଗିଥିଲେ । ଶ୍ରୀକାନ୍ତଙ୍କ ଘର ୩ ଦିନରେ ଦୁଇଥର ଭାଙ୍ଗିଥିବାରୁ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଅଞ୍ଚଳରେ ହାତୀପଲଙ୍କ ଆତଙ୍କ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେନ୍ଦୁଝର ଜିଲ୍ଲାରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜରକୁ ପଶିଛନ୍ତି ହାତୀପଲ । ଜିଲ୍ଲାରେ କୁହୁଡି ଯୋଗୁଁ ହାତୀପଲ ଏବେ କେଉଁଠି ଅଛନ୍ତି ତାହା ସଠିକ ଜଣାପଡିନାହିଁ ବୋଲି ଘାଘରବେଡା ଫରେଷ୍ଟରଙ୍କ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.