ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ, ଚୀନ୍‌ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍‌

ତାଳଚେର: ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ । ଚାଇନାର ଏକ କର୍ମାନୀକୁ ଦିଆଯାଇଥିବା ତାଳଚେର ସାର କାରଖାନା କାର୍ଯ୍ୟ ଏବେ ବନ୍ଦ । କାରଖାନା ପାଇଁ କାମ ପାଇଥିବା ଚୀନ୍‌ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍‌ । ସୂଚନା ଅନୁଯାୟୀ, ବର୍ତ୍ତମାନ ସୀମାନ୍ତରେ ଭାରତ-ଚୀନ୍‌ ସାମରିକ ବିବାଦ ଜାରି ରହିଥିବା କାରଣରୁ ଚୀନ୍‌ କମ୍ପାନୀ ଉପରେ ଏହି ରୋକ୍‌ ଲାଗିଛି ।

ଗତବର୍ଷ ସେପ୍ଟେମ୍ବରରେ ଚାଇନାର ୱାହାନ ଇଞ୍ଜିନିୟରିଂ କମ୍ପାନୀକୁ ପ୍ରଦାନ କରାଯାଇଥିବା ୧୩ ହଜାର ୨୭୭ କୋଟି ଟଙ୍କାର ତାଳଚେର ସାର ଏବଂ କୋଇଲା ଗ୍ୟାସିଫିକେସନ୍‌ ପ୍ରକଳ୍ପ କାର୍ଯ୍ୟ ବୈଷୟିକ କାରଣରୁ ଅଟକି ରହିଛି । କୋଭିଡ୍‌-୧୯ ମହାମାରୀ ଏବଂ ଭିସା ସମସ୍ୟା କାରଣରୁ ଚାଇନାର ଫାର୍ମ ଟେକ୍‌ନିସିଆନ୍‌, ଯନ୍ତ୍ରପାତି ଓ ଶ୍ରମିକମାନଙ୍କୁ ପଠାଇବାରେ ଅସମର୍ଥ । ଫଳରେ କାରଖାନା କାର୍ଯ୍ୟ ବନ୍ଦ ରହିଛି ।

ରାଷ୍ଟ୍ରାୟତ ତାଳଚେର ସାର କାରଖାନା ପୁନଃ କାର୍ଯ୍ୟକ୍ଷମ ନେଇ ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା ଉପରେ ଏବେ ରୋକ୍‌ ଲାଗିଛି । ଭାରତ-ଚୀନ୍‌ ସାମରିକ ବିବାଦ ପ୍ରକଳ୍ପ କାର୍ଯ୍ୟ ଉପରେ ପରୋକ୍ଷ ପ୍ରଭାବ ପକାଇବା ନେଇ ଆଶା କରାଯାଉଛି । ବର୍ତ୍ତମାନ ପ୍ରୋଜେକ୍ଟ କାର୍ଯ୍ୟ ଜାରି ରହିଛି । ଆଗକୁ ଭାରତ-ଚୀନ୍‌ ସୀମା ବିବାଦକୁ ନେଇ କିଭଳି ବାର୍ତ୍ତା ଆସୁଛି ତାଉପରେ ନିର୍ଭର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.