Below header

ଯାଜପୁର ଜିଲ୍ଲାରେ ବଢ଼ିଲା କଣ୍ଟେନମେଣ୍ଟ ଅଞ୍ଚଳ, ୩ ବ୍ଲକର ୧୨ ଟି ଗାଁ ହେଲା ସିଲ

ଯାଜପୁର: ଯାଜପୁର ଜିଲ୍ଲାରେ ବଢ଼ିଲା କଣ୍ଟେନମେଣ୍ଟ ଅଞ୍ଚଳ । ବରୀ, ବିଝାଂରପୁର ଓ ଯାଜପୁର ବ୍ଲକର ୧୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇ ବିଶୋଧନୀକରଣ କରାଯାଉଛି । ଜିଲ୍ଲାରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରମୁଖ ସଚିବ ହେମନ୍ତ ଶର୍ମା ଯାଜପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କରୋନା ସ୍ଥିତି

ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ବାହାରୁ ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ସ୍ୱାବ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ମୋଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ଜଣଙ୍କର କୋଲକାତା ଲିଙ୍କ୍‌ ରହିଛି । ସେଥିପାଇଁ କୋଲକାତା ଫେରନ୍ତାଙ୍କ ଉପରେ ଫୋକସ କରିଥିଲେ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.